Latest Odisha News

BREAKING NEWS

ଏଥର ଗଣେଶ ପୂଜାରେ “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ଚଳିତବର୍ଷ ଓଡିଆ ଦର୍ଶକଙ୍କୁ ଗଣେଷ ପୂଜା ଅବସରରେ ଓଲିଉଡ ଦେବାକୁ ଯାଉଛି ଦମଦାର ଭେଟି । ରିଲିଜ ହେବାକୁ ଯାଉଛି ଥ୍ରିଲର୍ ଫିଲ୍ମ ଚକ୍ଷୁବନ୍ଧନ । ନିକଟରେ ଭୁବନେଶ୍ୱରରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ ସହ ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଥିଲା ।

ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚରେ ଭରପୁର ଥିବା ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି ଓ ବଙ୍ଗୀୟ ନାୟିକା ଈଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ । ଅନିଶ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ତପନ କୁମାର ଦାଶ ।

ଉଭୟ ଓଡିଆ ଓ ବଙ୍ଗଳା ଭାଷାରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏମର୍ଜିଂ ଡିରେକ୍ଟର ରାଜେନ୍ଦ୍ର ମହାନ୍ତ । ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ନିର୍ମିତ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଜିତ ମଜୁମଦାର । ଫିଲ୍ମର ଗୀତଗୁଡିକ ବେଶ ମନଛୁଆଁ ହୋଇଥିଲାବେଳେ ଲିରିକ୍ସ ଦେଇଛନ୍ତି ଡ. ନିର୍ମଳ ନାୟକ ।

କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଓଲିଉଡ ଇଣ୍ଡଷ୍ଟ୍ରି । ତେବେ କରୋନା କଟକଣା କୋହଳ ହେବା ପରେ ଖାସ କରି ଓଡିଆ ଦର୍ଶକ ନିଜ ଭାଷାରେ ଏକ ଫିଲ୍ମ ଦେଖିବା ପାଇଁ ଚାହିଁ ବସିଥିଲେ । ଆଶା କରାଯାଉଛି ଫିଲ୍ମ ଚକ୍ଷୁବନ୍ଧନ ନିଶ୍ଚିତ ଭାବେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାରେ ସଫଳ ହେବ ।

Leave A Reply

Your email address will not be published.