Latest Odisha News

BREAKING NEWS

ଲଞ୍ଚ Google Pixel 9a; ଜାଣନ୍ତୁ ଭାରତରେ ଏହାର ମୂଲ୍ୟ କେତେ..

ନୂଆଦିଲ୍ଲୀ:ଗୁଗୁଲ ବୁଧବାର ଦିନ ଭାରତ ଏବଂ ବିଶ୍ୱ ବଜାରରେ ଲଞ୍ଚ କରିଛି ନିଜର ନୂତନ ଏ-ସିରିଜ୍ ସ୍ମାର୍ଟଫୋନ୍ ପିକ୍ସେଲ 9a(Pixel 9a) ସ୍ମାର୍ଟଫୋନ୍ । ଏହି ସ୍ମାର୍ଟଫୋନ୍ ଗୁଗୁଲ୍ ଟେନସର୍ ଜି 4 ପ୍ରୋସେସର୍ ରେ ଚାଲିଥାଏ ଏବଂ ଆଣ୍ଡ୍ରଏଡ୍ 15 ସହିତ ଆସିଥାଏ, ଯାହା 7 ବର୍ଷ ପାଇଁ OS ଏବଂ ସିକ୍ୟୁରିଟୀ ଅପଡେଟ୍ ପାଇବ । ସ୍ମାର୍ଟଫୋନରେ ୬.୩ଇଞ୍ଚ ଆକ୍ଟୁଆ ପୋଲଡ୍ (POLED)ଡିସପ୍ଲେ ରହିଛି, ଯାହା ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୨୭୦୦ ପିକ୍ ବ୍ରାଇଟନେସ୍ ରହିବ ।

ଗୁଗୁଲ ପିକ୍ସେଲ 9a(Google Pixel 9a)ର ଭାରତରେ ମୂଲ୍ୟ ୪୯,୯୯୯ ଟଙ୍କା ରହିଛି। ଏହି ଫୋନ୍ କେବଳ 8GB RAM + 256GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । କମ୍ପାନୀ ଏହାକୁ Iris, Obsidian, Peony ଓ Porcelain କଲର ଅପସନରେ ଲଞ୍ଚ କରିଛି । ଆସନ୍ତା ମାସରୁ ଫୋନର ବିକ୍ରୟ ଆରମ୍ଭ ହେବ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୁଗୁଲ ତାରିଖ ପ୍ରକାଶ କରି ନାହିଁ।

Google Pixel 9a ରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି, ଯେଉଁଥିରେ ୪୮ + ୧୩ ମେଗାପିକ୍ସେଲର ସେନ୍ସର ମିଳିଥାଏ । ସେଲଫି ଏବଂ ଭିଡିଟ କଲିଂ ପାଇଁ ଏଥିରେ ୧୩ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି । ଏଥିରେ ୫୧୦୦ mAh ର ବ୍ୟାଟେରୀ ଦିଆଯାଇଛି । ଏଥିରେ ୨୩ W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ ମଧ୍ୟ ମିଳିଥାଏ ।

ଗୁଗୁଲ୍ କହିଛି ଯେ, ଏହି ହ୍ୟାଣ୍ଡସେଟକୁ ଥରେ ଚାର୍ଜ କଲେ ୩୦ଘଣ୍ଟାରୁ ଅଧିକ ବ୍ୟାଟେରୀ ଲାଇଫ ପ୍ରଦାନ କରିଥାଏ ଏବଂ ଏକ୍ସଟ୍ରିମ୍ ବ୍ୟାଟେରୀ ସେଭର୍ ମୋଡ୍ ଅନ୍ ସହିତ ୧୦୦ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ପ୍ରଦାନ କରିଥାଏ ।

ପିକ୍ସେଲ 9aରେ କନେକ୍ଟିଭିଟି ବିକଳ୍ପଗୁଡ଼ିକରେ 5G, 4G LTE, Wi-Fi 6E, ବ୍ଲୁଟୁଥ୍ 5.3, NFC, GPS, NavIC ଏବଂ USB 3.2 Type-C ପୋର୍ଟ ଅନ୍ତର୍ଭୁକ୍ତ । ଏଥିରେ ଷ୍ଟେରିଓ ସ୍ପିକର ଏବଂ ଦୁଇଟି ମାଇକ୍ରୋଫୋନ୍ ଅଛି ।ଏଥିରେ ଷ୍ଟେରିଓ ସ୍ପିକର ଏବଂ ଦୁଇଟି ମାଇକ୍ରୋଫୋନ୍ ଅଛି । ବାୟୋମେଟ୍ରିକ୍ ଅଥେନଟିକେସନ ପାଇଁ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଅଛି ।

Google Pixel 9a ବର୍ତ୍ତମାନ iPhone 16e ସହିତ ଟକ୍କର ଦେବ । iPhone 16e ର ବେସ୍ ଭ୍ୟାରିଆଣ୍ଟ ୧୨୮ GB ଷ୍ଟୋରେଜ୍ ସହିତ ଆସିଥାଏ ଏବଂ ଏହାର ପ୍ରାଇସ୍ ୫୯,୯୦୦ ଟଙ୍କା ରହିଛି ।

Leave A Reply

Your email address will not be published.