Latest Odisha News

BREAKING NEWS

ଜୋମାଟୋ ଓ ସ୍ବିଗିକୁ ଗୁଗୁଲର ନୋଟିସ; ନିୟମ ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରର ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ଏବଂ ସ୍ବିଗି ମଧ୍ୟ ଗୁଗୁଲର ରାଡାରରେ ଆସିଛନ୍ତି।

ସୂଚନା ଅନୁସାରେ, ଜୋମାଟୋ ଏବଂ ସ୍ବିଗି ଗୁଗୁଲ ପ୍ଲେ ଷ୍ଟୋର ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ ଗୁଗୁଲ ସେମାନଙ୍କୁ ଏକ ନୋଟିସ କରିଛି। ଉଭୟ କମ୍ପାନୀ ନିଜ ଆପ୍ ମଧ୍ୟରେ ସ୍ପୋର୍ଟସ ଫିଚର ଯୋଡିଥିବା ଯୋଗୁଁ ଏହି ନୋଟିସ କରାଯାଇଛି।

ତେବେ ଏହା ପୂର୍ବରୁ ସମାନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଗୁଲ ମଧ୍ୟ ପେଟିଏମକୁ ଏକ ନୋଟିସ୍ ପଠାଇଛି।

ଆହୁରି ମଧ୍ୟ ଏହି ମାମଲାରେ ସ୍ବିଗି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିବା ବେଳେ ଜୋମାଟୋ ଏହାକୁ ଅନ୍ୟାୟ ବୋଲି କହିଥିବା ସୁତ୍ରରୁ ପ୍ରକାଶ।

Comments are closed.