Latest Odisha News

BREAKING NEWS

‘ଗୁଗଲ ଟ୍ରାନ୍ସଲେସନ୍‌’ରେ ସାମିଲ ହେଲା ଓଡ଼ିଆ

ଭୁୁବନେଶ୍ୱର: ଏଣିକି ଓଡ଼ିଆରେ ‘ଗୁଗଲ ଟ୍ରାନ୍ସଲେସନ୍‌’ରେ ମିଳିବ ସୁବିଧା । ଲୋକପ୍ରିୟ ସର୍ଚ୍ଚ ଇଂଜିନ୍ ଗୁଗଲର ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡ଼ିଆ ଭାଷା ଯୋଡି ହୋଇଛି । ଏନେଇ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଆ ଭାଷା ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଯୋଡି ହୋଇଛି । ଏବେ ଇଂରାଜୀ, ହିନ୍ଦୀ, ବଙ୍ଗଳା ଏବଂ ଅନ୍ୟ ଭାରତୀୟ ଭାଷା ପରି ଓଡ଼ିଆରେ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆ ସ୍ଥାନୀୟ ଭାଷାକୁ ସହଜରେ ବୁଝିପାରିବେ ଓ ଅନ୍ୟକୁ ମଧ୍ୟ ବୁଝାଇପାରିବେ । ତେବେ ଏହା ବର୍ତ୍ତମାନ ପରୀକ୍ଷା ସ୍ତରରେ ରହିଛି । ଆଗାମୀ କିଛି ଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ ବୋଲି କୁହାଯାଉଛି ।
ଗୁଗଲ ଟ୍ରାନ୍ସଲେସନରେ ଓଡ଼ିଆ ଭାଷା ସହ, କିନ୍ୟାରୱାଣ୍ଡା, ତାତର, ତୁର୍କମେନ୍ ଏବଂ ୟୁଏଗୁରୁ ଭାଷାକୁ ମଧ୍ୟ ସ୍ଥାନ ମିଳିଛି । ଏହି ସବୁ ଭାଷା ଗୁଡିକୁ ବିଶ୍ୱର ୭୫ ମିଲିଅନ୍ ଲୋକ ବ୍ୟବହାର କରୁଛନ୍ତି । ଗୁଗଲ ଟ୍ରାନ୍ସଲେଟ୍‌ରେ ୧୦୮ଟି ଭାଷା ଯୋଡିବାର ଅଛି ବୋଲି ଗୁଗଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.