Latest Odisha News

BREAKING NEWS

ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଫଳରେ ଅସମ୍ଭାଳ ହୋଇପଡିଛି ସ୍ଥିତି । ନିଶ୍ୱାସ ନେବା ଏଠି ମୁସକିଲ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କୃତ୍ରିମ ବର୍ଷା କରାଇବାକୁ ଅଣ୍ଟା ଭିଡିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପରିବେଶ ମନ୍ତ୍ରୀ ।

ରାୟ କହିଛନ୍ତି ଯେ ଏନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ମନ୍ତ୍ରୀ ଗୋପାଳ ରାୟ।

ମନ୍ତ୍ରୀ ଗୋପାଳ ରାୟ ଚିଠିରେ ଲେଖିଛନ୍ତି ଯେ, ବର୍ତ୍ତମାନ କେବଳ କୃତ୍ରିମ ବର୍ଷା ଦ୍ୱାରା ରାଜଧାନୀରେ ପ୍ରଦୂଷଣ ସ୍ତର ଏବଂ ବାୟୁର ଗୁଣବତ୍ତାରେ ଉନ୍ନତ ଆସିପାରିବ । ପ୍ରଦୂଷଣ ସ୍ତରକୁ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ଉଚିତ୍ । ଏହା ସେମାନଙ୍କର ନୈତିକ ଦାୟିତ୍ୱ ଅଟେ । ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ୍ ।

ଏହା ସହ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି କୃତ୍ରିମ ବର୍ଷା ନେଇ ଆଜିକୁ ମିଶାଇ ମୁଁ ୪ଟି ଚିଠି ଲେଖିସାରିଲାଣି ହେଲେ ଏନେଇ କୌଣସି ବୈଠକ ଏଯାବତ୍ ବସିନାହିଁ ।

ତେଣୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପରିବେଶ ମନ୍ତ୍ରୀଙ୍କୁ କୃତ୍ରିମ ବର୍ଷା ଉପରେ ଏକ ବୈଠକ ଡକାଇବାକୁ କହିବା ଉଚିତ୍ । ଯଦି କେନ୍ଦ୍ର ସରକାର କାର୍ଯ୍ୟ କରିପାରୁନାହାଁନ୍ତି ତେବେ ସେମାନଙ୍କ ମନ୍ତ୍ରୀ ଇସ୍ତଫା ଦେଇ ଦିଅନ୍ତୁ ବୋଲି ଗୋପାଳ ରାୟ କହିଛନ୍ତି ।

Comments are closed.