Latest Odisha News

BREAKING NEWS

ଗୋରକ୍ଷଣୀ ଅନୁଷ୍ଠାନର ୮୦ତମ ବାର୍ଷିକ ଉତ୍ସବ ଆୟାେଜିତ

କଟକ : ୮୦ ବର୍ଷ ରେ ପଦାର୍ପଣ କରିଛି ଅସୁରେଶ୍ବର ଗୋରକ୍ଷଣୀ ଅନୁଷ୍ଠାନ । ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଗୋରକ୍ଷଣୀ ଅନୁଷ୍ଠାନର ଆଜି ୮୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନରେ କେବଳ ରୋଗୀଣା,ଛୋଟା ଓ ଅକର୍ମଣ୍ୟ ଗୋରୁ, ଗାଈ ଓ ଷଣ୍ଢ ମାନଙ୍କୁ ଖାଦ୍ୟ, ଔଷଧ ଦିଆଯାଇ ଆଶ୍ରୟ ଦିଆଯାଇଛି। ସାଧାରଣତଃ ଗୋରୁଗାଈ ବୁଢ଼ା ବୁଢି କିମ୍ବା ରୋଗାଗ୍ରସ୍ତ ହୋଇଗଲେ ମାଲିକ ମାନେ ଏମାନଙ୍କୁ କଂସେଇଖାନାକୁ ବିକ୍ରି କରି ଦେଇଥାନ୍ତି। ହେଲେ ଏହି ଅନୁଷ୍ଠାନ ସେହି ଗୋରୁଗାଈ ମାନଙ୍କୁ ରଖି ସେବା ଶୁଶ୍ରୁଷା କରିବା ସହ ଶେଷ ଜୀବନ ଯାଏଁ ଆଶ୍ରୟ ଦେଇଥାନ୍ତି।

ସ୍ବର୍ଗତ ଜଳଧର ନାୟକ ଓ ସୟେଦ୍ ଅପସର ଅଲ୍ଲୀଙ୍କ ଉଦ୍ୟମରେ ଏହି ଗୋରକ୍ଷଣୀ ଅନୁଷ୍ଠାନଟି ଗତ ୮୦ ବର୍ଷ ତଳୁ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ଆଜିର ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ସଭାପତି ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ  ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫେସର ଅଭିରାମ ବିଶ୍ଵାଳ, ବେଦପିୟୁଷ ସଂପାଦକ ବିରେନ୍ଦ୍ର ପଣ୍ଡା, କଟକ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଅମ୍ବୁଜ କୁମାର କର ଏବଂ ବିଶିଷ୍ଟ ସନ୍ଥ ଶ୍ରୀ ଶ୍ରୀ ବ୍ରହ୍ମାନନ୍ଦ ସରସ୍ଵତୀ ଯୋଗଦାନ କରିଥିଲେ। ଏହି ପବିତ୍ର ଗୋରକ୍ଷଣୀ ଅନୁଷ୍ଠାନରେ ଗୋ-ପୂଜନ,ଗୋ-ସମ୍ବର୍ଦ୍ଧନା,ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.