Latest Odisha News

ନିର୍ମାଣାଧୀନ ବିଜେପି ଅଫିସ୍ ଉପରେ ଜରିମାନା କଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଥମୁନି ଆପ୍-ବିଜେପି ଯୁଦ୍ଧ । ପୁଣି ଥରେ ଦିଲ୍ଲୀରେ ମୁହାଁମୁହିଁ ହୋଇଛ ଆମ୍ ଆଦମୀ ପାର୍ଟି ଓ ବିଜେପି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ଉପରେ କେଜ୍ରିୱାଲ୍ ସରକାର ରୋକ୍ ଲଗାଇବା ସହ ଜରିମାନା କରିଛି । ପ୍ରଦୂଷଣ ପାଇଁ କେଜ୍ରିୱାଲ୍ ସରକାର ନିର୍ମାଣ ବନ୍ଦ କରିବା ସହ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ସିଏକ୍ୟୁଏମଙ୍କ ଆଦେଶ ପ୍ରକାରେ ବିଜେପିର ନିର୍ମାଣକୁ ବନ୍ଦ କରିଛନ୍ତି । ଗୋପାଲ ରାୟ ଅଚାନକ ନିରୀକ୍ଷଣ ପାଇଁ ପହଞ୍ଚିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଦିଲ୍ଲୀରେ ପ୍ରଦୂଷଣ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଏହାର ତଦାରଖ ପାଇଁ ୫୮୬ଟି ଟିମ୍ ଗଠନ କରାଯାଇଛି । ଏହାଛଡ଼ା ୫୨୧ ୱାଟର ସ୍ପ୍ରିଲିଂ ମେସିନ୍, ୨୩୩ଟି ଆଣ୍ଟି ସ୍ମଗ୍ ଗନ୍, ୧୫୦ଟି ମୋବାଇଲ୍ ଆଣ୍ଟି ସ୍ମଗ୍ ଗନ୍ ଜରିଆରେ ପାଣି ସିଞ୍ଚନ କରାଯାଉଛି ।

Leave A Reply

Your email address will not be published.