Latest Odisha News

ପୁରୀରେ ଗୋଶାଣୀ ଯାତ୍ରା

ପୁରୀ : ଗତକାଲି ପୁରୀରେ ଅନୁଷ୍ଠିତ ହୋଇଯାଇଛି ଗୋଶାଣୀ ଉତ୍ସବ। ପରମ୍ପରା ଅନୁଯାୟୀ ଦଶମୀ ତିଥି ଠାରୁ ମୃଣ୍ମୟୀ ମୂର୍ତ୍ତି ମାନଙ୍କୁ ମନ୍ତ୍ର ମେଲାଣି ଦିଆ ସରିଥାଏ । ପରେ ଏକାଦଶୀରେ ସିଂହଦ୍ୱାର ଠାରେ ଦେବୀସଭା ଚିହ୍ନିତ ସ୍ଥାନରେ ସମସ୍ତ ମୃଣ୍ମୟୀ ଗୋଶାଣୀ ମୁର୍ତ୍ତି ସହ, ସଂପାତି, ବୁଢାବୁଢ଼ୀ, ହନୁମାନ ଆଦି ମୂର୍ତ୍ତି ମାନ ଏକତ୍ରିତ ହୋଇଥାନ୍ତି ।ଏକାଦଶୀରେ ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ମହାଦୀପ ଉଠିଲା ପରେ କଡା ସୂରକ୍ଷା ମଧ୍ୟରେ ମଙ୍ଗଳାଘାଟ ଠାକୁ ଯାଇ ମେଲାଣି ନେଇଥାନ୍ତି ।

ଦୀର୍ଘ ଦୁଇବର୍ଷ ଧରି ବିନାଭକ୍ତରେ ଏହି ଉତ୍ସବ ହୋଇଥିବା ବେଳେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ପାଇଁ ସମସ୍ତଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି । ଏନେଇ ବିସର୍ଜନ ସ୍ଥଳରେ ମୁନିସିପାଲ୍ଟି ପକ୍ଷରୁ ଆଲୋକ ବ୍ୟବସ୍ଥା, କ୍ରେନ ବ୍ୟବସ୍ଥା, ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା  ସମସ୍ତ ପ୍ରସ୍ତୁତି ସରିଛି ।

Comments are closed.