Latest Odisha News

BREAKING NEWS

ଖ୍ୟାତନାମା ନୃତ୍ୟଗୁରୁ ବୀରବର ସାହୁଙ୍କର ପରଲୋକ

ଭୁବନେଶ୍ୱର: ବିଖ୍ୟାତ ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି ।

ସେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦୋଳକୁସିଆରୀ ଗ୍ରାମରେ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ମିଳିଥିବା ସୂଚନାନୁଯାୟୀ, ତାଙ୍କର ନିଜ ଗ୍ରାମରେ ମଙ୍ଗଳବାର ଦିନ ଅପରାହ୍ନରେ ପରଲୋକ ହୋଇଛି ।

ମାତ୍ର ୫ ବର୍ଷ ବୟସରୁ ହିଁ ସେ ଗୋଟିପୁଅ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।

ସ୍ୱର୍ଗତଃ ସାହୁ ମଧ୍ୟ ଦୀର୍ଘ ବର୍ଷ ଧରି କୋଣାର୍କ ନାଟ୍ୟ ମଣ୍ଡପରେ ନୃତ୍ୟ ଶିକ୍ଷାଦାନ କରିଥିଲେ ।

ସେ ମଧ୍ୟ ଅନେକ ନୃତ୍ୟ କର୍ମଶାଳା ଆୟୋଜନ କରିଛନ୍ତି । ତାଙ୍କଠାରୁ ଶିକ୍ଷାପ୍ରାପ୍ତ ହୋଇ ଅନେକ ନୃତ୍ୟଶିଳ୍ପୀ ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ସ୍ୱନାମ ଅର୍ଜନ କରିପାରିଛନ୍ତି ।

ନୃତ୍ୟରେ ଅତୁଳନୀୟ ଅବଦାନ ଲାଗି ତାଙ୍କୁ ୧୯୯୭ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିସହିତ ତାଙ୍କୁ ଉତ୍କଳ ଆତ୍ମା ପୁରସ୍କାରରେ ପୁରସ୍କୃତ କରାଯାଇଛି ଯାହାକି ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ୨୦୦୬ରେ ପ୍ରଦାନ କରାଯାଇଥିଲା ।

Comments are closed.