Latest Odisha News

କାଳିଆ ଯୋଜନା: ୨ୟ ପର୍ଯ୍ୟାୟ ସହାୟତା ରାଶି ନଭେମ୍ବରରେ ପ୍ରଦାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କାଳିଆ ଯୋଜନାର ୨ୟ ପର୍ଯ୍ୟାୟ ସହାୟତା ରାଶି ଆସନ୍ତା ନଭେମ୍ବର ମାସରେ ହିତାଧିକାରୀମାନଙ୍କୁ ପ୍ରଦାନ କରିବେ ।

ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ସରିଛି । ଆସନ୍ତା ମାସ ରାଜ୍ୟ ସରକାର କାଳିଆ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ।

ଏହି ତାଲିକାରେ ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇ ନଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକା ଅଗଷ୍ଟ ମାସରେ ପ୍ରକାଶ ପାଇବ ।

Leave A Reply

Your email address will not be published.