Latest Odisha News

BREAKING NEWS

ଇସ୍କନର ମନମାନି ଆଉ ଚଳିବ ନାହିଁ; ଏନେଇ ଗୋବର୍ଦ୍ଧନ ମଠରେ ଗୁରୁତ୍ବପୂର୍ଣ୍ଣ ବୈଠକ…

ପୁରୀ:ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ କାଉଣ୍ଟର ପାଇଁ ବଡ ପ୍ରସ୍ତୁତି । ଇସ୍କନର ମନମାନୀ ପ୍ରସଙ୍ଗକୁ ନେଇ ଗୋବର୍ଦ୍ଧନ ମଠ ପରିସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

ତେବେ ଗଜପତି ମହାରାଜ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକମାନେ ବିଭିନ୍ନ ପୁରାଣ ଓ ଶାସ୍ତ୍ର ଅନୁସାରେ ମତକୁ ନେଇ ପ୍ରସ୍ତୁତ କରିଥିବା ତଥ୍ୟକୁ ଗଜପତି ମହାରାଜା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ। ଏହାପରେ ଇସ୍କନକୁ ଦିଆଯିବାକୁ ଥିବା ତଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସୂଚନାଥାଉକି, ମୂଳ ପୀଠ ଅନୁସାରେ ରଥଯାତ୍ର ଓ ସ୍ନାନ ଯାତ୍ରା ଆଦି କରୁନଥିବାରୁ ଏହାର ଧର୍ମୀୟ ପରମ୍ପରା ନଷ୍ଟ ହେଉଛି। ତେଣୁ ସେମାନଙ୍କୁ କିପରି ଭାବରେ ଚେତାଇ ଦିଆଯିବ ସେହି ବିଷୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା।

Comments are closed.