Latest Odisha News

BREAKING NEWS

ଟିକା ବାଣ୍ଟିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା ନିର୍ଦ୍ଦେଶ, ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ । ଆସନ୍ତାବର୍ଷ ମଧ୍ୟ ଭାଗରେ ଭ୍ୟାକସିନ୍ ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ଟିକା କେମିତି ବଣ୍ଟାଯିବ ? କେଉଁମାନଙ୍କୁ ପ୍ରଥମେ ମିଳିବ ? ଏନେଇ କେନ୍ଦ୍ର ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବଳେ ନିକଟରେ ସବୁ ରାଜ୍ୟକୁ ଡାଟାବେସ୍ ପ୍ରସ୍ତୁତ ପାଇଁ କହିଥିଲେ । ଏବେ ତ୍ରିସ୍ତରୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଟିକା ବାଣ୍ଟିବା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ତ୍ରିସ୍ତରୀୟ କମିଟିରେ ରହିବ ରାଜ୍ୟ ସଞ୍ଚାଳନ କମିଟି । ଯାହାର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ ।

ସେହିପରି ଗୋଟିଏ ରାଜ୍ୟ ଟାସ୍କ ଫୋର୍ସ ଗଠନ କରାଯିବ । ଯାହାର ମୁଖ୍ୟ ରହିବେ ସ୍ୱାସ୍ଥ୍ୟ ସଚିବ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟାକ୍ସଫୋର୍ସ ଗଠନ କରାଯିବ । ପ୍ରତି ମାସରେ କିମ୍ୱା ପନ୍ଦର ଦିନ ନହେଲେ ପ୍ରତି ସପ୍ତାହରେ ଏହି କମିଟିର ବୈଠକ ବସିବ ।

ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ମିଳିବ ଟିକା । ସେହିପରି ସାମରିକ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଭ୍ୟାକସିନ୍ ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ 50 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.