Latest Odisha News

BREAKING NEWS

ଭାରତରେ କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଆଜି ମିଳିବ ମଞ୍ଜୁରୀ !

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଟିକା କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢୁଛି ଭାରତ । ନୂଆବର୍ଷର ଆଗମନ ସହ ଦେଶବାସୀଙ୍କୁ ମିଳିପାରେ ଭ୍ୟାକସିନ୍ ଆସିବା ନେଇ ବଡ଼ ଖବର । ଆଜି କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଇପାରନ୍ତି ସରକାର । କାଲି ଦେଶବ୍ୟାପି ଟିକା ଡ୍ରାଏ ରନ୍ ହେଉଥିବା ବେଳେ ଆଜି ବସୁଛି ଟିକାକୁ ମଞ୍ଜୁରୀ ଦେବା ପାଇଁ ସରକାର ଗଠନ କରିଥିବା ସବଜେକ୍ଟ ଏକପର୍ଟ କମିଟି ବୈଠକ ।

ଆଜିର ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ବୈଠକରେ ତିନିଟି ଭ୍ୟାକସିନ୍ର ଜରୁରିକାଳୀନ ବ୍ୟବହାର ଉପରେ ବିଚାରବିମର୍ଶ କରାଯିବ । ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଟିକା କୋଭିସିଲ୍ଡ, ଭାରତ ବାୟୋଟେକର ସ୍ୱଦେଶୀ ଟିକା କୋଭାକ୍ସିନ୍ ଓ ଫାଇଜର ଜରୁରିକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲେ । ଏହା ଭିତରୁ ଗୋଟିଏ ଟିକାକୁ ଦେଶରେ ଜରରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ ।

ଆସନ୍ତାକାଲି ସାରା ଦେଶରେ ଟିକା ନେଇ ଡ୍ରାଏ ରନ୍ ବି ହେଉଛି । ସବୁ ରାଜ୍ୟର ରାଜଧାନୀ ସମେତ ଦୁର୍ଗମ ଜିଲ୍ଲାରେ ବି ମକ୍ ଡ୍ରିଲ୍ କରାଯିବ । ଓଡ଼ିଶାରେ ବି କାଲି ଡ୍ରାଏ ରନ୍ ହେବ । ଭୁବନେଶ୍ୱର ସମେତ ଜିଲ୍ଲା ମୁଖ୍ୟାଳୟରେ ହେବ ଟିକା ଡ୍ରାଏ ରନ୍ ।

Leave A Reply

Your email address will not be published.