Latest Odisha News

BREAKING NEWS

କୃଷକଙ୍କୁ ମାଗଣାରେ ମିଳିବ ଦେଶୀ ଗାଈ, ତା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ବି

ଲକ୍ଷ୍ନୌ: ପ୍ରାକୃତିକ ଉପାୟରେ କୃଷି କର୍ଯ୍ୟ କରିବା ଲାଗି ଚାଷୀଙ୍କୁ ପ୍ରୋତ୍ସାହନ ଦେବାପାଇଁ   ଉତ୍ତର ପ୍ରଦେଶ ସରକାର ଅଭିନବ ଯୋଜନା କରୁଛନ୍ତି । ଏନେଇ ରାଜ୍ୟରା ପ୍ରାକୃତିକ କୃଷି ବୋର୍ଡ ମଧ୍ୟ ଗଠନ କରାଯାଇଛି । ବୋର୍ଡ ଗଠନ କରିବା ପରେ ରାଜ୍ୟ ସରକାର ଜୈବିକ ଚାଷ କରୁଥିବା କୃଷକଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ।  ୟୁପି ସରକାର କୃଷକମାନଙ୍କୁ ମାଗଣାରେ ଦେଶୀ ଗାଈ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି  । ଏଥିସହ ଗାଈର ଯତ୍ନ ତଥା ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ଘୋଷଣା ବି କରିଛନ୍ତି । ଏହାଦ୍ୱାରା କୃଷକ ମାନଙ୍କର ଆୟ ବୃଦ୍ଧି ସହ ଜୈବିକ ଚାଷ ପ୍ରତି ଚାଷୀ ଆଗ୍ରହ ପ୍ରକାଶ କରବେ ।

ୟୁପି ସରକାର କୃଷି ସହଭାଗିତା ଯୋଜନା ଅନୁଯାୟୀ ଗାଈର ରକ୍ଷଣାବେକ୍ଷଣ ପାଇଁ କୃଷକଙ୍କୁ ମାସିକ ୯୦୦ ଟଙ୍କା ଯୋଗାଇ ଦେବେ ।  ଯେଉଁ କୃଷକମାନଙ୍କ ପାଖରେ ଗାଈ ନାହିଁ ସେମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ଦେଶୀ ଗାଈ ଦିଆଯିବ । ଏହି ଗାଈ ରାଜ୍ୟରେ ୬୨୦୦ ଗୋଶାଳାରୁ ଯୋଗାଇ ଦିଆଯିବ । ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଈ ସାହାଯ୍ୟରେ ପ୍ରାକୃତିକ କୃଷି ବୃଦ୍ଧି ପାଇବା ସହ କୃଷକମାନେ ଭଲ ରୋଜଗାର କରିବେ ।

ୟୁପି ସରକାର କୃଷକମାନଙ୍କ ପାଇଁ କୃଷିଜାତ ଦ୍ରବ୍ୟର ବଜାର ଯୋଗାଇବା ପାଇଁ ଅନେକ ନିଷ୍ପତ୍ତି ନେଉଛନ୍ତି ।   ବୁନ୍ଦେଲଖଣ୍ଡର ୭ ଜିଲ୍ଲାରେ ୨୩୫ଟି କ୍ଲଷ୍ଚର ଗଠନ କରି ଏହି କାର୍ଯ୍ୟ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.