Latest Odisha News

BREAKING NEWS

ଗନ୍ଧମାର୍ଦ୍ଦନରେ ଏସଓଜି-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ଗୁରୁବାର ବଲାଙ୍ଗିରର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଓଜି ଯବାନ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । କମ୍ବିଂ ବେଳେ ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏସଓଜିଙ୍କ ଗୁଳିରେ ୨ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

ପ୍ରାୟ ଅଧ ଘଣ୍ଟା ଧରି ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିଲା । ପ୍ରାୟ ୫ ଜଣ ମାଓବାଦୀ ଥିବା ବେଳେ ୨ ଜଣ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୨ ମାଓବାଦୀଙ୍କ ମୃତଦେହ ସହ ୟୁନିଫର୍ମ, ଇନସାସ୍ ରାଇଫଲ୍ ଜବତ ହୋଇଛି ।

ନିହତ ୨ ମାଓବାଦୀ ଏରିଆ କମିଟି ମେମ୍ବର ଥିଲେ । ଉଭୟଙ୍କ ଘର ଛତିଶଗଡ଼ରେ । ସେମାନଙ୍କ ମୁଣ୍ଡରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ପାଇଁ ପୋଲିସ ଡିଜି ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.