Latest Odisha News

BREAKING NEWS

ସମ୍ପତ୍ତି ତାଲିକା ଦାଖଲ କରିବାକୁ ଡରୁଛନ୍ତି ସରକାରୀ କର୍ମଚାରୀ, ଏବେ ସୁଦ୍ଧା ଦେଇନାହାନ୍ତି ୧.୨୫ ଲକ୍ଷରୁ ଅଧିକ..

ଭୁବନେଶ୍ବର: ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ । ନିଜର ସମ୍ପତ୍ତି ତାଲିକା ଦେବାକୁ ସରକାରୀ ବାବୁମାନେ କୁନ୍ତୁ କୁନ୍ତୁ ହେଉଛନ୍ତି । ଏଚଆରଏମଏସ ପୋର୍ଟାଲରେ ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ବୋଲି ଆଜି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ତଥ୍ୟ ସହ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଜାନୁଆରୀ ୧ରୁ ଜାନୁଆରୀ ୩୧ ସୁଦ୍ଧା ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। । କିନ୍ତୁ କେତେକ ସରକାରୀ ଚାକିରିଆ ସମ୍ପତ୍ତି ତାଲିକା ଦାଖଲ ନକରିବାରୁ ରାଜ୍ୟ ସରକାରଙ୍କ ଅଧୀନରେ ଥ‌ିବା କର୍ମଚାରୀଙ୍କ ନିମନ୍ତେ, ୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟ କୋହଳ କରାଯାଇଛି ।

ହେଲେ ମାର୍ଚ୍ଚ ୨ ତାରିଖ ମଧ୍ୟରେ ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ଦେଇନାହାନ୍ତି । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ସରକାରୀ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ଡରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.