ନୂଆଦିଲ୍ଲୀ: ସୂଚନା ଅନୁଯାୟୀ (PCV) ଟିକାର ୨୪୦ ନିୟୁତ ଡୋଜ୍ ଯୋଗାଣ ପାଇଁ ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଇଁ ସରକାର କ୍ରୟ ଆଦେଶ ଦେଇଛନ୍ତି। ଏଥିପାଇଁ ସରକାରଙ୍କୁ ଜିଏସଟି ସହିତ ଗୋଟିଏ ଡୋଜ ପାଇଁ ୧୧୮.୫୩ ଟଙ୍କା ଦେବାକୁ ପଡିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ କହିଛନ୍ତି ଯେ ସାରା ଦେଶରେ ନିମୋନିଆ ଟୀକାକରଣରେ ସ୍ୱଦେଶୀ PCV ବ୍ୟବହାର କରାଯିବ। ବର୍ତ୍ତମାନ ଏହା କେବଳ ପାଞ୍ଚଟି ରାଜ୍ୟରେ ବ୍ୟବହୃତ ହେଉଛି। ଅର୍ଥମନ୍ତ୍ରୀଙ୍କ ଘୋଷଣାର ଦୁଇ ଦିନ ପରେ ସରକାର ସେରମକୁ କ୍ରୟ ଆଦେଶ ଦେଇଛନ୍ତି।
PCV, ଶିଶୁ, ଛୋଟ ପିଲା ଏବଂ ବୟସ୍କମାନଙ୍କୁ ଷ୍ଟ୍ରେପଟୋକୋକସ୍ ନିମୋନିଆ ଦ୍ବାରା ସୃଷ୍ଟି ହେଉଥିବା ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ବ୍ୟବହୃତ ହୁଏ। ଏହି ରୋଗରେ ମେନିଞ୍ଜାଇଟିସ୍, ବ୍ୟାକ୍ଟେରେମିକ୍ ନିମୋନିଆ ଏବଂ ସେପ୍ଟିସେମିଆ ଅନ୍ତର୍ଭୁକ୍ତ।
Comments are closed.