Latest Odisha News

BREAKING NEWS

Textbook Errors:ପାଠ୍ୟପୁସ୍ତକ ତ୍ରୁଟି ସଂଶୋଧନ ପାଇଁ ମତାମତ ଲୋଡ଼ିଲେ ରାଜ୍ୟ ସରକାର;୭ଦିନ ମଧ୍ୟରେ ମତ ରଖିବାକୁ…

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଥିମଧ୍ୟରେ ସରକାର ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ମତ ଲୋଡ଼ିଛନ୍ତି। ୭ ଦିନ ମଧ୍ୟରେ ମତ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଇମେଲ୍ textbookscertodisha@gmail.com ଏବଂ ହେଲ୍ପଲାଇନ ନମ୍ବର ୧୮୦୦୩୪୫୬୭୨୨ ଜାରି କରାଯାଇଛି। ଇମେଲ, ହେଲପଲାଇନ ନଂ ଜରିଆରେ ସୁଚିନ୍ତିତ ମତ ଦେଇ ପାରିବେ।

ଏଥିସହ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକ ଗୁଡିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଓସେପାର ୱେବସାଇଟରେ ଦିଆଯାଇଛି ।

Leave A Reply

Your email address will not be published.