Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ମୋଦୀଙ୍କ ଉପରେ ମଜାକ୍; ମିଡିଆ ହାଉସ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ସୋମବାର ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ କୁ ଏକ ନୋଟିସ୍ ପଠାଇଛନ୍ତି। ଜାନୁୟାରୀ ୧୫ରେ ଏକ ରିଆଲିଟି ସୋ’ର ଟେଲିକାଷ୍ଟ ପାଇଁ ଏହି ବିଜ୍ଞପ୍ତିରେ ସ୍ପଷ୍ଟୀକରଣ ମାଗିଛି। ଏହି ଶୋ’ରେ ଦୁଇ ପିଲା ବିମୁଦ୍ରୀକରଣକୁ ବ୍ୟଙ୍ଗ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଏହି ପିଲାମାନେ ପିଏମ ମୋଦୀ ଏବଂ ତାଙ୍କ ପୋଷାକକୁ ପରିହାସ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ତାମିଲନାଡୁରେ ବିଜେପିର ଆଇଟି ଏବଂ ସୋସିଆଲ ମିଡିଆ ୱିଙ୍ଗର ସଭାପତି ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ଉପରେ କାର୍ଯ୍ୟ କରି ମନ୍ତ୍ରଣାଳୟ ସାତ ଦିନ ମଧ୍ୟରେ ଜବାବ ଦେବାକୁ କହିଛି। ଶୋ’ର ବିଷୟବସ୍ତୁ ହିନ୍ଦୀ ସହିତ ଅନ୍ୟ ଭାଷାରେ ଅନୁବାଦ କରାଯାଇଥିଲା।

ଅଭିଯୋଗରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମ ସମୟରେ ପିଲାମାନେ ମନଇଚ୍ଛା ପିଏମ ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ସେ କହିଛନ୍ତି ଯେ ଶୋ’ରେ ବିମୁଦ୍ରୀକରଣ, ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଦେଶକୁ କୂଟନୈତିକ ଗସ୍ତ ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷାକ ବିଷୟରେ କଟୁ ମନ୍ତବ୍ୟ ଦିଆଯାଇଛି।

Comments are closed, but trackbacks and pingbacks are open.