Latest Odisha News

BREAKING NEWS

ସାରା ଜୀବନ ପିନ୍ଧିବାକୁ ପଡ଼ିବ ମାସ୍କ? କ’ଣ କହିଲେ ମହାମାରୀ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ କେବେ ଶେଷ ହେବ ସେନେଇ କୌଣସି ଆକଳନ କରାଯାଇପାରିନାହିଁ। ଏହା ମଧ୍ୟ କୁହାଯାଇପାରିବ ନାହିଁ ଯେ କେତେ ଦିନ ପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବାକୁ ପଡିବ ଏବଂ ସତର୍କତା ଅବଲମ୍ବନ କରିବାକୁ ପଡିବ। କିନ୍ତୁ ଏହା ନିଶ୍ଚିତ ଯେ ଆମକୁ ସାରା ଜୀବନ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ ଏବଂ ଶୀଘ୍ର ଏହି ମହାମାରୀକୁ ନିୟନ୍ତ୍ରଣ କରାଯିବ।

ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରି ଆମେରିକାର ଏପିଡେମୋଲୋଜିଷ୍ଟ ଆନ୍ଥୋନୀ ଫାଉସି ସୋମବାର ଏହା କହିଛନ୍ତି। ସେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ଶୀଘ୍ର ଥମିବନି। ଓମିକ୍ରନ୍ ଏହାର ଶେଷ ରୂପ ହେବ ନୁହେଁ। ଏହା ସହିତ, ସେ ଏହି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇଛନ୍ତି ଯେ କୋଭିଡ କାରଣରୁ ଲୋକଙ୍କୁ ସବୁବେଳେ ମାସ୍କ ପିନ୍ଧିବାକୁ ପଡିବ।

ସେ କହିଛନ୍ତି ଯେ ଏହି ମହାମାରୀ ପରେ କଣ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର, କିନ୍ତୁ ଏହା ନିଶ୍ଚିତ ଯେ ସମସ୍ତ ଦେଶର ମିଳିତ ପ୍ରୟାସରେ ଏହାକୁ ନିୟନ୍ତ୍ରଣ କରାଯିବ। ଆଗାମୀ ସମୟରେ ଭୂତାଣୁର ନୂତନ ରୂପ ଉପରେ ଅନେକ କିଛି ନିର୍ଭର କରିବ।

Comments are closed, but trackbacks and pingbacks are open.