Latest Odisha News

BREAKING NEWS

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପାଇଁ ସରକାର ଗଠନ କଲେ ନୂଆ କମିଟି, ଜୁଲାଇ ୬ରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ପାଇଁ ଗଠିତ ହୋଇଥିବା ଜଷ୍ଟିସ ଅରିଜିତ ପଶାୟତ କମିଟିକୁ ଭଙ୍ଗ କଲେ ନୂଆ ସରକାର। ନୂଆ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ବିଶ୍ୱନାଥ ରଥ। ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ୧୬ ଜଣିଆ କମିଟିକୁ ନେଇ ଗଠିତ ଏହି କମିଟି ଜୁଲାଇ ୬ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ସମାଜର ବିଭିନ୍ନ ବର୍ଗର କିଛି ବିଶିଷ୍ଟ ବ୍ୟକ୍ତି ଅଛନ୍ତି।

ଏହି କମିଟି ଜୁଲାଇ ୬ତାରିଖରେ ବୈଠକ କରି ନିଷ୍ପତ୍ତି ନେବ କିଭଳି ଆଗକୁ ଗଣତି ହେବ। ମନ୍ଦିରରେ ବଡଠାକୁର ନଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବ। ଭିତର ଭଣ୍ଡାରର ମରାମତି ଓ ଅଳଙ୍କାର ଓ ଅଳଙ୍କାରର ସାମଗ୍ରୀର ଗଣତି ଆରମ୍ଭ ପାଇଁ ମଧ୍ୟ ଦିନ ଧାର୍ଯ୍ୟ କରାଯିବ। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ କେଉଁ ବାହ୍ୟ ଏଜେନ୍ସିକୁ ଅନ୍ତର୍ଭୁକ୍ତ କରାଯିବ, ତାହା ମଧ୍ୟ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

କମିଟିରେ ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜଙ୍କ ପ୍ରତିନିଧି, ଏଏସଆଇ ପ୍ରତିନିଧି, ମଧୁସୂଦନ ସିଂହାରି ସଦସ୍ୟ, ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ ଓ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରହିଛନ୍ତି।

Leave A Reply

Your email address will not be published.