Latest Odisha News

BREAKING NEWS

ମେଟା ଓ ଏକ୍ସକୁ ଭାରତ ସରକାରଙ୍କ ଭର୍ସନା, ବୋମା ଧମକ କଲ୍ ମାମଲାର ତଦନ୍ତରେ କରୁନାହାଁନ୍ତି ସହଯୋଗ

ନୂଆଦିଲ୍ଲୀ: ଗତକିଛି ଦିନ ହେବ ଲଗାତାର ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍, ମେଲ୍ ଏବଂ ମେସେଜ୍ ଆସୁଛି। ଯାହାକି ମିଛ ବୋଲି ବି ପ୍ରମାଣିତ ହେଉଛି। ଏନେଇ ନାକେଦମ ହେଲେଣି ସରକାର। ଏପରି କାର୍ଯ୍ୟକୁ ନେଇ ତଦନ୍ତ ମଧ୍ୟ କରାଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଅନ୍ୟପଟେ ବିମାନରେ ବୋମା ଥିବା ନେଇ ମିଳୁଥିବା ମିଛ କଲ୍ ମାମଲାର ତଦନ୍ତରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସହଯୋଗ କରୁନାହିଁ। ଏନେଇ ଅଭିଯୋଗ କରିଛନ୍ତି ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ।

ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଏବଂ ଏକ୍ସକୁ ଭର୍ସନା କରିଛନ୍ତି ଭାରତ ସରକାର। ଭାରତୀୟ ବିମାନକୁ ଲଗାତାର ଭାବେ ବୋମା ଧମକକୁ ନେଇ ଯାତ୍ରୀ, ବିମାନ କମ୍ପାନୀ ସମେତ ସମ୍ପୃକ୍ତ ବିଭାଗ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଘନ ଘନ ବୈଠକ ବସୁଛି। ଏନେଇ ଗତକାଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ବିମାନ ସେବା ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନେ ଏକ୍ସ ଏବଂ ମେଟା ସହ ଏକ ଭର୍ଚୁଆଲ୍ ବୈଠକ କରିଥିଲେ।

ତେବେ ଏହି ବୈଠକରେ ସୋସିଆଲ ମିଡିଆ ପ୍ଲାଟଫର୍ମର ଅସହଯୋଗକୁ ନେଇ କ୍ଷଭ ପ୍ରକାଶ କରିଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ। ଫେକ୍ ଧମକ ପଠାଉଥିବା ୟୁଜର ହ୍ୟାଣ୍ଡେଲ ବାବଦରେ ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ବିବରଣୀ ସେୟାର କରିବାକୁ ଅନିଚ୍ଛା ପ୍ରକାଶ କରୁଥିବାରୁ ଏପରି ଭର୍ସନା କରାଯାଇଛି। ଏଥିସହ ପ୍ଲାଟଫର୍ମଗୁଡିକର ଏପରି କାର୍ଯ୍ୟକଳାପ ଅପରାଧକୁ ପ୍ରୋତ୍ସାହିତ କରିବା ସହ ସମାନ ବୋଲି ଭାରତ ସରକାର କହିଛନ୍ତି।

Leave A Reply

Your email address will not be published.