Latest Odisha News

BREAKING NEWS

Heritage Policy: ସରକାର ଆଣିବେ ହେରିଟେଜ୍‌ ପଲିସି; ୩ ହଜାରରୁ ଅଧିକ ଐତିହାସିକ କୀର୍ତ୍ତିରାଜିର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଓଡିଶାର ୩ ହଜାରରୁ ଊର୍ଦ୍ଧ୍ୱ ପୁରୁଣା କୀର୍ତ୍ତିରାଜିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ଖୁବଶୀଘ୍ର ହେରିଟେଜ୍‌ ପଲିସି ଆଣିବାକୁ ଯାଉଛନ୍ତି । ଏନେଇ ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଏଥିରେ ପୂର୍ତ୍ତ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ASI) କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ୭୫ଟି ଡେଷ୍ଟିନେସନ୍‌ ଚିହ୍ନଟ କରିବ ପର୍ଯ୍ୟଟନ ବିଭାଗ । ସେହି ସବୁ କୀର୍ତ୍ତିରାଜ ସ୍ଥଳୀଗୁଡିକର ସଂରକ୍ଷଣ ଏବଂ ସୁରକ୍ଷା କରାଯିବ । ଏଥିପାଇଁ ଗଢାଯିବ ଟାସ୍କଫୋର୍ସ । ରତ୍ନଗିରିରୁ ଅନେକ ପୁରୁଣା କୀର୍ତ୍ତିରାଜ ଏବଂ ଲେଖା ମିଳିଛି । ସେସବୁକୁ ମଧ୍ୟ ସୁରକ୍ଷା ଏବଂ ସଂରକ୍ଷଣ ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.