Latest Odisha News

BREAKING NEWS

ଆସାମରେ ବନ୍ଦ ହେବ ସଂସ୍କୃତ ବିଦ୍ୟାଳୟ ଓ ମାଦ୍ରାସା

ଗୁଆହାଟୀ: ଆସାମ ସରକାର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ସଂସ୍କୃତ ବିଦ୍ୟାଳୟ ଓ ମାଦ୍ରାସାକୁ ବନ୍ଦ କରାଯାଇ ନୂତନ ସ୍କୁଲ ଖୋଲାଯିବ ।

ଧର୍ମ ବିଷୟରେ ଶିକ୍ଷା ଅନ୍ୟ ଉପାୟରେ ନିଆଯାଇପାରିବ ବୋଲି ଶିକ୍ଷା ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି । ମାଦ୍ରାସା ଓ ସଂସ୍କୃତ ବିଶ୍ୱବିଦ୍ୟାଳୟ ବଦଳରେ ୧୦ମ ଏବଂ ୧୨ କକ୍ଷା ଥିବା ନୂତନ ସ୍କୁଲ ଖୋଲାଯିବ । ୨୦୧୭ରେ ବିଶ୍ୱ ଶର୍ମା ସମସ୍ତ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର କୋର୍ସ ପଢ଼ାଯିବା ବାଧ୍ୟତାମୂଳକ କରିଥିଲେ ।

Leave A Reply

Your email address will not be published.