Latest Odisha News

BREAKING NEWS

ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ରଘୁନାଥ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ଦିନ ପୂର୍ବତନ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଗଠନ କରିଛନ୍ତି ।

ଜଷ୍ଟିସ୍ ବିଶ୍ୱାଳ ଏହାପୂର୍ବରୁ ୨୦୧୨ ନଭେମ୍ବରରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ରାଜ୍ୟ ଖାଉଟି ବିବାଦ କମିଶନର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ଜାତୀୟ ପଛୁଆ ବର୍ଗ (ଏନସିବିସି) ଅଧ୍ୟକ୍ଷ ଭଗବାନ ଲାଲ୍ ସାହାଣୀ ରାଜ୍ୟ ସରକାରଙ୍କୁ ପଛୁଆ ବର୍ଗ କମିଶନ ଗଠନ କରିବା ନେଇ ପରାମର୍ଶ ଦେବାର ଦିନକ ପରେ ଏହି କମିଶନ ଗଠିତ ହୋଇଛି ।

ଏହି କମିଶନରେ ଅନ୍ୟ ସଦସ୍ୟ ମାନେ ହେଲେ ନବନୀତା ରଥ, ମିତାଲୀ ଚିନ୍ନାରା ଏବଂ ପ୍ରସନ୍ନ କୁମାର ପାତ୍ର ।

ନବନୀତା ଜଣେ ସମାଜ ବିଜ୍ଞାନୀ ଭାବେ ପରିଚିତା ତଥା ପଛୁଆ ବର୍ଗର ଅଧ୍ୟୟନକୁ ନେଇ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ସେହିପରି ଭାବେ ଶ୍ରୀମତୀ ଚିନ୍ନାରା ଅର୍ଥନୀତି ବିଭାଗର ଜଣେ ପ୍ରଫେସର । ଜଣେ ପ୍ରସିଦ୍ଧ ଆନ୍ଥ୍ରୋପୋଲୋଜିଷ୍ଟ ଭାବେ ଶ୍ରୀ ପାତ୍ର ସ୍ୱନାମ ଅର୍ଜନ କରିପାରିଛନ୍ତି ।

ଏହି କମିଶନର ସଦସ୍ୟ ସଚିବ ଭାବେ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.