Latest Odisha News

BREAKING NEWS

ମହାରାଷ୍ଟ୍ରରୁ ଭଦ୍ରକରେ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍‌; ଆସିଲେ ୩୮୭ ପ୍ରବାସୀ

ଭଦ୍ରକ: ଆଜି ମହାରାଷ୍ଟ୍ରର ଥାନେରୁ ଏକ ସ୍ୱତନ୍ତ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିଛି । ଭଦ୍ରକରେ ପହଞ୍ଚିଥିବା ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩୮୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି ।

ଏବେ ସୁଦ୍ଧା ଭଦ୍ରକରେ ୩ଟି ରାଜ୍ୟରୁ ସ୍ୱତନ୍ତ୍ର ଟେନ୍ ଆସି ପହଞ୍ଚିଛି । ପ୍ରଥମେ ଏକ ସ୍ୱତନ୍ତ୍ର ଟ୍ରେନ ଆନ୍ଧ୍ରପଦେଶରୁ, ପରେ ଗୁଜରାଟର ସୁରଟରୁ ଏବଂ ଏବେ ମହାରାଷ୍ଟ୍ରରୁ ଏହି ସ୍ୱତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଆସିଛନ୍ତି ।

ଅଧିକ ପଢନ୍ତୁ: ଭଦ୍ରକରେ ଖୋଲିଲା ମୋବାଇଲ ସର୍ଭିସ ଓ ରିପ୍ୟାରିଂ ଦୋକାନ

ଏହି ସମସ୍ତ ପ୍ରବାସୀମାନଙ୍କ ପ୍ରଥମେ ସ୍କ୍ରିନିଂ ଏବଂ ପରେ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ପରୀକ୍ଷା ପରେ ପ୍ରବାସୀମାନେ ନିଜ ନିଜ ଜିଲ୍ଲାର ବ୍ଲକକୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.