ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି କରୋନା । ହଜାର ହଜାର ଲୋକଙ୍କ ମୁଣ୍ଡ ନେଇଥିବା ଏହି ମାରାତ୍ମକ ଭୂତାଣୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି । କରୋନା ପାଇଁ ଭାରତରେ ଫେସ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା କରାଯାଇଛି ।
ତେବେ ଏହି ଦୁଇଟି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯେପରି କଳାବଜାରୀ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଯଦି କେହି ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରର ଦାମ୍ଠାର ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରନ୍ତି ତେବେ ୭ ବର୍ଷ ଜେଲ୍ ଦଣ୍ଡ ଓ ଜରିମାନା ହେବ ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ ବାରମ୍ବାର ମାସ୍କ ଏବଂ ସାନିଟାଇଜରର ଦାମ୍ ବଢ଼ିବାକୁ ନେଇ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
BREAKING NEWS
- Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ
- West Asia conflict:ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ; ଏହି ରାଜ୍ୟମାନେ ହେବେନି ସାମିଲ
- ଓଏଚଆରସିର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି
- କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
- Air Pollution: ରାଜ୍ୟର ପ୍ରଦୂଷିତ ସହର ତାଲିକା ପ୍ରକାଶ; ଆଶ୍ଚର୍ଯ କରୁଛି ଏକ୍ୟୁଆଇ ରିପୋର୍ଟ
- Shortage of Textbooks:ପୁସ୍ତକ ଅଭାବରେ ଆଦିବାସୀ ଜିଲ୍ଲାଗୁଡିକ ସବୁଠାରୁ ଅଧିକ ପ୍ରଭାବିତ: ବିଜୁ ଛାତ୍ର ଜନତା ଦଳ
- ଇତିହାସ ରଚିବା ପାଇଁ ଭୁବନେଶ୍ୱରଙ୍କୁ ଆବଶ୍ୟକ ୨ ୱିକେଟ
- ପୋଲିସ ଆଗରେ ଆତ୍ମସମର୍ପଣ କଲେ ୬ ମାଓବାଦୀ
- Shree Jagannatha Temple: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି; ୫ ଘଣ୍ଟା ଜଗା ଦର୍ଶନ ବନ୍ଦ
- ଆଇପିଏଲ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ
Comments are closed.