Latest Odisha News

BREAKING NEWS

ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର

ନୂଆଦିଲ୍ଲୀ: ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର, ତିଆରି ହେବ ନିୟମ। ଯେଉଁମାନେ ନିୟମିତ ଭାବେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରନ୍ତି, ପଡକାଷ୍ଟ ତିଆରି କରନ୍ତି କିମ୍ବା ଅନଲାଇନ୍ କରେଣ୍ଟ ଆଫେୟାର୍ସ ବିଷୟରେ ନ୍ୟୁଜ ଲେଖିଥାନ୍ତି ସେମାନଙ୍କୁ ଡିଜିଟାଲ ନ୍ୟୁଜ୍ ବ୍ରଡକାଷ୍ଟର ଭାବେ ତାଲିକା ଭୁକ୍ତ କରିବାକୁ ସରକାର ଚିନ୍ତା କରୁଛନ୍ତି।

ନଭେମ୍ବର ୨୦୨୩ରେ ଯେତେବେଳେ ଏହି ବିଲ୍ ସର୍ବସାଧାରଣଙ୍କ ପରାମର୍ଶ ପାଇଁ ପ୍ରକାଶ ପାଇଥିଲା, ସେତେବେଳେ ଏହା ପ୍ରସାରଣକାରୀମାନଙ୍କୁ ଗୋଟିଏ ଆଇନ ଅଧୀନରେ ସମସ୍ତ ନିୟମକୁ ଏକାଠି କରିବାର ବ୍ୟବସ୍ଥା କରିଥିଲା।

ଆରମ୍ଭରୁ ଚିନ୍ତା ରହୁଛି ଯେ ଅନଲାଇନ୍ ନ୍ୟୁଜ୍ କଣ୍ଟେଣ୍ଟ କ୍ରିଏଟର୍ସ, ଯେଉଁମାନେ ଲିଗେସି ମିଡିଆ କିମ୍ବା ପଞ୍ଜୀକୃତ ଡିଜିଟାଲ୍ ମିଡିଆ ସହିତ ଜଡ଼ିତ ନୁହଁନ୍ତି, ଷ୍ଟ୍ରିମିଂ ପ୍ଲାଟଫର୍ମ (‘ଓଟିଟି ବ୍ରଡକାଷ୍ଟ ସର୍ଭିସ’) ଉପରେ ଲାଗୁ ହୋଇଥିବା ନିୟମକୁ ସମାନ ଭାବେ ପାଳନ କରିପାରିବେ କି ନାହିଁ। ୨୦୨୪ ସଂସ୍କରଣରେ ଡିଜିଟାଲ ନ୍ୟୁଜ୍ ବ୍ରଡକାଷ୍ଟର୍ସ ନାମରେ ଏକ ନୂଆ ବର୍ଗ ପ୍ରଚଳନ କରି ସେମାନଙ୍କୁ ଆଇନ ପରିସରଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଏହି ନୂଆ ଡ୍ରାଫ୍ଟରେ ‘ଅଡିଓ, ଭିଜୁଆଲ୍ କିମ୍ବା ଅଡିଓ-ଭିଜୁଆଲ୍ କଣ୍ଟେଣ୍ଟ୍, ଚିହ୍ନ, ଲେଖା, ପିକଚର’ ବ୍ୟତୀତ ‘ଟେକ୍ସଟ୍’ ସମେତ ‘ସମ୍ବାଦ ଓ ସାମ୍ପ୍ରତିକ ବ୍ୟାପାର କାର୍ଯ୍ୟକ୍ରମ’କୁ ମଧ୍ୟ ବ୍ୟାଖ୍ୟା କରାଯାଇଛି। ‘ପ୍ରୋଗ୍ରାମ’ ଏବଂ ‘ବ୍ରଡକାଷ୍ଟ’ର ସଂଜ୍ଞାକୁ ମଧ୍ୟ ସଂଶୋଧନ କରାଯାଇ ଯଥାକ୍ରମେ ‘ଟେକ୍ସଟ୍’ ଏବଂ ‘ଟେକ୍ଚୁଆଲ୍ ପ୍ରୋଗ୍ରାମ୍’କୁ ଅନ୍ତର୍ଭୁକ୍ତ କରାଯାଇଛି।

ସଂକ୍ଷିପ୍ତରେ କହିବାକୁ ଗଲେ ସୋସିଆଲ ମିଡିଆ, ୱେବସାଇଟ୍, ନ୍ୟୁଜ ଲେଟର, ପଡକାଷ୍ଟରେ ଭିଡିଓ ଏବଂ କମେଣ୍ଟ୍ରି ଆଦି ସମସ୍ତ ଖବର ଓ ଖବର ସମ୍ବନ୍ଧୀୟ ଅନଲାଇନ୍ ବିଷୟବସ୍ତୁ ଏହି ବିଲ୍ ଅଧୀନରେ ଅନ୍ତର୍ଭୁକ୍ତ। ତେବେ ଏହି ବିଲକୁ ବିଚାର ବିମର୍ଶ ପାଇଁ ରଖାଯାଇଛି ଏବଂ ଏହାକୁ ସଂସଦରେ ଆଗତ କରିବା ପୂର୍ବରୁ କ୍ୟାବିନେଟର ଅନୁମୋଦନ ନେବାକୁ ପଡିବ ।

ଏହି ପ୍ରସ୍ତାବିତ ବ୍ୟବସ୍ଥାଗୁଡ଼ିକ ଏକ ବ୍ୟାପକ ଆଭିମୁଖ୍ୟର ଏକ ଅଂଶ । ଯାହା ଷ୍ଟ୍ରିମିଂ ସେବା ଏବଂ ଡିଜିଟାଲ ନ୍ୟୁଜ୍ ବ୍ରଡକାଷ୍ଟର ସହିତ ଜଡିତ ମଧ୍ୟସ୍ଥି ଏବଂ ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କ ପାଇଁ ନୂତନ ଦାୟିତ୍ୱ ମଧ୍ୟ ଆଣିଥାଏ ଏବଂ ୨୦୨୩ ରେ ପ୍ରସାରିତ ଶେଷ ସଂସ୍କରଣଠାରୁ ଏକ ବଡ଼ ପରିବର୍ତ୍ତନରେ, ଅନଲାଇନ୍ ବିଜ୍ଞାପନକୁ ଲକ୍ଷ୍ୟ କରି ବ୍ୟବସ୍ଥା ଅଟେ ।

Comments are closed.