ନୂଆଦିଲ୍ଲୀ:ଓଡିଶା ସୀମାନ୍ତ ଛତିଶଗଡ ସରକାର ନକ୍ସଲ ଅଭିଯାନ ଆରମ୍ଭ କରିଛନ୍ତି । ଏବେ ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଓ ଆବାସ ଗୃହ ଏବଂ ଆତ୍ମନିର୍ଭରଶୀଳ କରାଯିବ। ଯେଉଁ ପଞ୍ଚାୟତ ନକ୍ସଲ ମୁକ୍ତ ହେବ ସେହି ପଞ୍ଚାୟତକୁ ସରକାର କୋଟିଏ ଟଙ୍କା ସହାୟତା ରାଶି ପ୍ରଦାନ କରିବେ । ତେବେ ଛତିଶଗଡର ସୁକମା ଜିଲ୍ଲାର ବଡେସେଟି ଗ୍ରାମ ପଞ୍ଚାୟତ ପ୍ରଥମ କରି ନକ୍ସଲ ମୁକ୍ତ ହୋଇଛି।
ପଞ୍ଚାୟତର ୧୧ ଜଣ ନକ୍ସଲ ଶୁକ୍ରବର ଦିନ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଫଳରେ ପଞ୍ଚାୟତରେ ଆଉ ନକ୍ସଲ ନାହାନ୍ତି।
ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ଯେ ବଡେସେଟି ପଞ୍ଚାୟତ ଭଳି ସୁକମା ଜିଲ୍ଲାର ଅନ୍ୟ ନକ୍ସଲ ପ୍ରବଣ ପଞ୍ଚାୟତଗୁଡିକ ଏଭଳି ନକ୍ସଲ ମୁକ୍ତ ହେଲେ ସେହି ପଞ୍ଚାୟତମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ କମ୍ବିଂ ଅପରେସନ୍ ଜାରି ରଖି ନକ୍ସଲ ଗତିବିଧି ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହ କେନ୍ଦ୍ର ସରକାର ଦେଶକୁ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ରାଜ୍ୟ ସରକାରକୁ ସହାୟତା ଲୋଡିଛନ୍ତି। ଏଥସହ ନକ୍ସଲମାନଙ୍କୁ ସରକାରଙ୍କ ମୁଖ୍ୟସ୍ରେତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ନକ୍ସଲମାନେ ମଧ୍ୟ ବୁଝିଲେଣି , ସରକାରଙ୍କ ବିକାଶଧାରାରେ ସାମିଲ ହେଲେ, ସେମାନେ ମଧ୍ୟ ବିପଦମୁକ୍ତ ରହିପାରିବେ।
Comments are closed.