Latest Odisha News

BREAKING NEWS

ନାୟାରଙ୍କ ହାତ ଧରିଲା କେକେଆର

କୋଲକାତା: ଏକ ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଭିଷେକ ନାୟାରଙ୍କୁ ସହକାରୀ କୋଚ ପଦରୁ ହଟେଇ ଦେଇଛି । ନିରାଶ ହୋଇ ପଡିଥିବା ନାୟାରଙ୍କ ହାତ ପୂନର୍ବାର କୋଲକାତା ନାଇଟ ରାଇଡର୍ସ ଧରିଛି । ଆଇପିଏଲର ଫ୍ରାଂଚାଇଜ କେକେଆର ବିଧିବଦ୍ଧ ଭାବେ ନାୟାର ପ୍ରତ୍ୟାବର୍ତନ କରିଥିବା ସୂଚନା ଦେଇଛି । ଗତ ସଂସ୍କରଣରେ ନାୟାର କେକେଆରର ସହକାରୀ କୋଚ ଦାୟିତ୍ୱ ତୁଲାଇଥିଲେ । କେକେଆର ଚାମ୍ପିୟନ ହେବା ପରେ ବିସିସିଆଇ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିବା ଫଳରେ ସେ କେକେଆର ଛାଡି ଯିବାକୁ ବାଧ୍ୟ ହୋଇଥିଲେ । ଚଳିତ ସିଜନରେ ଗତ ସଂସ୍କରଣର ଚାମ୍ପିୟନ କେକେଆର ୭ଟି ମ୍ୟାଚରୁ ମାତ୍ର ୩ରେ ବିଜୟ ହାସଲ କରିପାରିଛି ।

ନାୟାର ଉପସ୍ଥିତି ଦଳର ମନୋବଳ ବଢ଼ାଇବ ବୋଲି ଆଶା କରାଯାଉଛି । ନାୟାର ମାତ୍ର ୧୦ ମାସରୁ କମ ସମୟ ବିସିସିଆଇରେ ସହକାରୀ କୋଚ ଭାବେ କାର୍ଯ୍ୟ କରିଛନ୍ତି । ଜାନୁୟାରୀରେ ହୋଇଥିବା ବିସିସିଆଇ ରିଭ୍ୟୁ ମିଟିଂରେ ନାୟକଙ୍କୁ ବାଦ ଦେବା ନିଷ୍ପତି ନିଆ ଯାଇଥିଲା । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଡ୍ରେସିଂ ରୁମ ବିବାଦ ମଧ୍ୟ ପଦାରେ ପଡିଥିଲା । ଏହି ସବୁ କାରଣରୁ ନାୟାରଙ୍କୁ ବାଦ ଦିଆଯାଇଥିବା କୁହାଯାଉଛି ।

Comments are closed.