Latest Odisha News

BREAKING NEWS

Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏହି ଯୋଜନା ଅଧିନରେ ବରିଷ୍ଠ ନାଗରିକଙ୍କୁ ବୁଲାଇବେ ସରକାର । ପୁରୀ ୬୦ ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି କରାଯାଇଛି ।

 

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୩୫ ହଜାର ଲୋକଙ୍କୁ ସାମିଲ କରାଯିବ । ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗ୍ୟ ହିତାଧିକାରୀ ୬୦-୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଓ ୭୫ ବର୍ଷ ପର୍ଯ୍ୟନ୍ତ ବିଧବାମାନଙ୍କୁ ପେନସନ ଯୋଜନାରେ ସ୍ୱୟଂଚାଳିତ ଭାବରେ ଚିହ୍ନଟ କରାଯାଇଛି । ଅଂଶଗ୍ରହଣ କରିବା ପାଇଁ ସମ୍ମତି ବାଧ୍ୟତାମୂଳକ ।

 

Leave A Reply

Your email address will not be published.