Latest Odisha News

BREAKING NEWS

Odisha Migration: ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ: ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ। କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାରଣ ଖୋଜିବେ ସରକାର। ଦାଦନ ରୋକିବା ପାଇଁ ରାଜ୍ୟ ସରକାର ବଡ଼ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର। ପ୍ରକାଶଯୋଗ୍ୟ, ପ୍ରତି ବର୍ଷ ଶହ ଶହ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ବିଭିନ୍ନ ଅତ୍ୟାଚାରର ଶିକାର ହୋଇ ଫେରିଥାନ୍ତି। କେତେବେଳେ ଦାଦାନଙ୍କ ମୃତଦେହ ରାଜ୍ୟକୁ ଫେରିଥାଏ। ଦାଦନ ରୋକିବା ପାଇଁ ସରକାର ଏବେ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଉଥିବା ଜଣାଯାଇଛି।

ସରକାର ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡ ଦେବାରୁ ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି। କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର। ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ବର୍ଷକରେ ନୂଆପଡ଼ା ହେବ ଦାଦନ ମୁକ୍ତ। ସାରା ରାଜ୍ୟରେ ଦାଦନ କମିବାକୁ ଭିତ୍ତିଭୂମି ତିଆରି କରୁଛନ୍ତି ସରକାର। ମନରେଗା ଏବଂ ଜୀବିକା ମିଶନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେଇ ଉଦାହରଣ ତିଆରି କରାଯିବ। ଟାସ୍କଫୋର୍ସ କମିଟିକୁ ୨ ଭାଗରେ ବିଭକ୍ତ କରାଯିବ। ଦାଦନ ଯାଉଥିବା ରାଜ୍ୟକୁ ଗୋଟିଏ କମିଟି ଯିବ । ଏନ୍‌ଜିଓର ସର୍ଭେ ରିପୋର୍ଟକୁ ଆଧାର କରି କାର୍ଯ୍ୟକ୍ରମ କରାଯିବ।

Comments are closed.