Latest Odisha News

BREAKING NEWS

ସାର କଳାବଜାରୀ ବିରୁଦ୍ଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ଝାରସୁଗୁଡା କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ, ବିଭାଗୀୟ ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାତ୍ରିକାଳୀନ ଚଢ଼ାଉରେ ଏହି ବେଆଇନ କାରବାରକୁ ଠାବ କରାଯାଇ ସାର ଜବତ କରାଯାଇଛି ଏବଂ ଏଫଆଇଆର୍ ମଧ୍ୟ ଦାଏର୍ ହୋଇଛି ।

ସ୍ଥାନୀୟ କୃଷକମାନେ ଅଭିଯୋଗ କରିବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବ୍ଲକ କୃଷି ଅଧିକାରୀ, ଫର୍ଟିଲାଇଜ଼ର ଇନ୍ସପେକ୍ଟର ସମ୍ପୃକ୍ତ ପାକ୍ସରେ ପହଞ୍ଚିଥିଲେ । କିର୍ମିରା ପାକ୍ସର ସୋସାଇଟି ସେକ୍ରେଟାରୀ ଏଥିରେ ଲିପ୍ତ ଥିବା ଜଣାପଡ଼ିଛି । ସେ ୨୬ ଗୋଟି ବ୍ୟାଗ ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁଥିବା ଜଣାପଡ଼ିଛି । ତହସିଲଦାରଙ୍କ ଉପସ୍ଥିତିରେ ସମ୍ପାଦକଙ୍କ ବିରୋଧରେ ଏକ ଏତଲା ପୋଲିସରେ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ସାରା ରାଜ୍ୟରେ ପ୍ରବର୍ତ୍ତନ କାର୍ଯ୍ୟ (ଏନଫୋର୍ସମେଣ୍ଟ) ଜାରି ରହିଛି । ସରକାରଙ୍କ ତରଫରୁ କଳାବଜାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ଯୋଗାଇଦେବାକୁ କୃଷି ବିଭାଗ ସଂକଳ୍ପବଦ୍ଧ।

 

Comments are closed.