Latest Odisha News

ପ୍ରଫେସର କମଲ ଜିତ୍‌ ସିଂଙ୍କୁ କଟକ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀ ଲାଲ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର କମଲ ଜିତ୍‌ ସିଂଙ୍କୁ ନିଯୁକ୍ତ କରିଛନ୍ତି।

ପ୍ରଫେସର ସିଂ ଚାରି ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି।

ପ୍ରଫେସର ସିଂ ବର୍ତ୍ତମାନ ହିମାଚଳ ପ୍ରଦେଶ ବେସରକାରୀ ଶିକ୍ଷାନୁଷ୍ଠାନ ନିୟାମକ ଆୟୋଗର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି।

ତାଙ୍କର ୨୭ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏହାସହିତ ସେ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ସେ ୧୭ ଜଣ ପିଏଚଡି ସ୍କଲାର ଏବଂ ୧୦୦ ଜଣ ଏଲ୍‌ଏଲ୍‌ଏମ ଛାତ୍ରଙ୍କ ଗାଇଡ୍‌ ମଧ୍ୟ ହୋଇଛନ୍ତି।

Comments are closed.