Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ୱର: ଶୁକ୍ରବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଦୁଇଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ସର୍ଜରୀ ଏବଂ ମେଡିସିନ୍ ବିଭାଗର ୨ ଜଣ ଡାକ୍ତର କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ରୋଗ ନିଶ୍ଚିତ କରିବାକୁ ସେମାନେ ପୁନର୍ବାର ଆରଟି- ପିସିଆର୍‌ ପରୀକ୍ଷା କରିବେ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ଯେଉଁମାନେ ଦୁଇ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ପରୀକ୍ଷା କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇ ନାହାନ୍ତି।

Leave A Reply

Your email address will not be published.