Latest Odisha News

BREAKING NEWS

ଏ ଜାତି ଓଡ଼ିଆ, ଏ ମାଟି ଓଡିଶା… ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଭୁବନେଶ୍ଵର: ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି ପାଣି ପବନ ସହ କଳା ସଂସ୍କୃତି ଓ ଐତିହ୍ୟକୁ ଯୋଡି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଦେଶତ୍ମବୋଧକ ସଂଗୀତ । ୧୪ ଜଣ ଆଗଧାଡିର କଣ୍ଠ ଶିଳ୍ପୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

ଆଜି ଭୁବନେଶ୍ୱର ଏକ ଷ୍ଟୁଡିଓରେ ଗୀତ ରେକର୍ଡ କରାଯାଇଥିବା ବେଳେ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ଗୀତଟି ରିଲିଜ ହେବ ।  ହଜି ଯାଉଥିବା ଲୋକ କଥାକୁ ଏହି ଗୀତରେ ସ୍ଥାନ ଦିଆଯାଇଛି । ଅନ୍ୟପଟେ ପ୍ରଥମ ଥର ମହାମହିମ ରାଜ୍ୟପାଳ ଓଡ଼ିଆ ଗୀତରେ କଣ୍ଠଦାନ କାରି ଓଡ଼ିଆ ଭାଷା ସଂସ୍କୃତି ଓ ଅସ୍ମିତାକୁ ମନେ ପକାଇଛନ୍ତି ।

ଗୀତଟିକୁ ବସନ୍ତ ରାଜ ସାମଲ ରଚନା କରିଥିବା ବେଳେ ଏହାକୁ ସ୍ୱରରେ ସଜାଇଛନ୍ତି ଆଗ ଧାଡ଼ିର ସଂଗୀତ ନିର୍ଦେଶକ ପ୍ରେମାନନ୍ଦ । 

ଷ୍ଟୁଡିଓରୁ ବାହାରିବା ପରେ ରାଜ୍ୟପାଳ କହିଛନ୍ତି, ଏହି ଗୀତ ସାରା ବିଶ୍ଵର ହୃଦୟକୁ ଛୁଇଁବ । ଏହି ଗୀତରେ ଯେଉଁ ମାଧୁର୍ଯ୍ୟ ରହିଛି, ସମସ୍ତେ ଆତ୍ମହରା ହୋଇଯିବେ । ଏହି ଗୀତରେ ବହୁତ ମିଠା ରହିଛି । ସଙ୍ଗୀତ ବିଷକୁ ବି ମିଠା କରିଦିଏ । ଏହା କେବଳ ଏକ ଗୀତ ନୁହେଁ ବୋଲି ରାଜ୍ୟପାଳ କହିଛନ୍ତି ।

Leave A Reply

Your email address will not be published.