Latest Odisha News

BREAKING NEWS

ପଢନ୍ତୁ ବରଗଡର ବିଲମାଳରୁ ସୁଧୀରଙ୍କ ସଫଳତାର କାହାଣୀ

ବରଗଡ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଭଟଲି ବ୍ଲକ ଡୁମାଲପାଲି ଗାଁର ଚାଷୀ ସୁଧୀର ସାହୁ । କିନ୍ତୁ ହଠାତ୍ ଚମତ୍କାର ହେଲା ତାଙ୍କ କ୍ଷେତ୍ରରେ । ଚାଷ କାମରେ ଉପୁଜୁଥିବା ସମସ୍ୟାର ସମାଧାନ ହେଲା, ବେଶ୍ ଦୁଇ ପଇସା ରୋଜଗାର ବି ହେଲା । ଆଉ ଏବେ ସେ ସ୍ଥାନୀୟ ଅଂଚଳରେ ଜଣେ ସଫଳ ଚାଷୀ । କେମିତି ସମ୍ଭବ ହେଲା ଏସବୁ । ଆସନ୍ତୁ ଜାଣିବା ।

ସୁଧୀରଙ୍କର ପିଲାଦିନରୁ ଚାଷ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା । ଏହାକୁ ଜୀବିକା ଭାବେ ଗ୍ରହଣ କରିବାକୁ ସେ ନିଷ୍ପତ୍ତି ନେଇଥିଲେ । ପ୍ରାୟ ୧୦ ବର୍ଷ ହେଲା ସେ ଚାଷ କାମ କରିଆସୁଛନ୍ତି । ସମୁଦାୟ ୪ ଏକର ଜମିରେ ଚାଷ କରୁଛନ୍ତି । ଜମିରେ ବୋରିଂ ପାଣିର ସୁବିଧା ଥିବାରୁ ସେ ବର୍ଷକୁ ଦୁଇ ଥର ଅଢେଇ ଏକର ଜମିରେ ଧାନଚାଷ କରିଥାନ୍ତି । ଅନ୍ୟ ଦେଢ ଏକର ଜମିରେ ପନିପରିବା ଯଥା ବାଇଗଣ, କଲରା, ଜହ୍ନି, କୁନ୍ଦୁରୀ ଇତ୍ୟାଦି ଚାଷ କରିଥାନ୍ତି । ତେବେ ସଠିକ କୃଷି ସୂଚନାର ଅଭାବ ଚାଷ କାର୍ଯ୍ୟରେ ବାଧକ ସୃଷ୍ଟି ହୋଇଥିଲା । ଫସଲରେ ରୋଗ ଓ ପୋକ ଦମନ ପାଇଁ ଭୁଲ ଔଷଧ ବ୍ୟବହାର ତ କେତେବେଳେ ଔଷଧର ପରିମାଣ ଅଧିକ ହେବା କାରଣରୁ କ୍ଷତି ଅଧିକ ଓ ଅମଳ କମ ହେଉଥିଲା ।

ଏଇ ଗତ ବର୍ଷ ଖରିଫ ଋତୁ ସମୟର କଥା । ସେ ଧାନ ଚାଷ କରିଥିବା ଅଢେଇ ଏକର ଜମିରେ ଚକଡା ପୋକ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା । ଏହି ସମୟରେ ସେ ରିଲାଏନ୍ସ ଫାଉଣ୍ଡେସନ ଦେୟ ମୁକ୍ତ ନମ୍ବର ୧୮୦୦-୪୧୯-୮୮୦୦ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେଠାକୁ ଫୋନ କରି ସେ କୃଷି ବିଶେଷଜ୍ଞ ପରାମର୍ଶ ନେଇ ସେ ୩୦,୦୦୦ ରୁ ୩୫,୦୦୦ ଟଙ୍କାର ଧାନକୁ ନଷ୍ଟ ହେବାରୁ ବଞ୍ଚାଇଥିଲେ । ଆଉ ସେଇଦିନଠାରୁ ନିଜର ସମସ୍ତ ଚାଷ ସମସ୍ୟା ପାଇଁ ସେ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଲୋଡୁଛନ୍ତି । ମୋବାଇଲ ଭଏସ୍ ମେସେଜ୍‌, ହ୍ୱାଟସ୍‌ଆପ୍ ମେସେଜ ମାଧ୍ୟମରେ କୃଷି ଓ ପାଣିପାଗ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପଲାଇନରେ ବିଶେଷଜ୍ଞ ସହ ସିଧାସଳଖ ପରାମର୍ଶ ନେଉଛନ୍ତି ।

ସେହିପରି ଗତବର୍ଷ ରବି ଋତୁରେ ସେ ଅଧ ଏକର ଜମିରେ ପୋଟଳ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପୋଟଳ ଚାଷରେ ତାଙ୍କର କୌଣସି ବିଶେଷ ଅଭିଜ୍ଞତା ନଥିବାରୁ ସେ ସାର ପ୍ରୟୋଗଠାରୁ ଆରମ୍ଭ କରି ସମସ୍ତ ରୋଗ ଏବଂ ପୋକର ନିୟନ୍ତ୍ରଣ ଲାଗି ରିଲାଏନ୍ସ ଫାଉଣ୍ଡେସନର ବିଶେଷଜ୍ଞଙ୍କ ସହାୟତା ନେଇଥିଲେ । ଯାହାଦ୍ୱାରା ସେ ପୋଟଳ ଚାଷରେ ପତ୍ର ହଲଦିଆ ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ରୋଗପୋକକୁ ସଠିକ ଭାବରେ ଏବଂ ସଠିକ ସମୟରେ ନିୟନ୍ତ୍ରଣ କରିପାରିଲେ । ଏଥିରୁ ସେ ପାଖାପାଖି ୮ କୁଇଣ୍ଟାଲ ପୋଟଳ କେଜି ପ୍ରତି ୩୦ ଟଙ୍କା ଦରରେ ସମୁଦାୟ ୨୪,୦୦୦ ଟଙ୍କାରେ ବଜାରରେ ବିକ୍ରି କରିପାରିଥିଲେ ।

ରିଲାଏନ୍ସ ଫାଉଣ୍ଡେସନ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କୁ ଏକ ହ୍ୱାଟ୍ସଆପ୍ ଗ୍ରୁପ ଖୋଲାଯାଇଛି । ସେଥିରେ ପ୍ରାୟ ଅଢେଇ ଶହ ଚାଷୀ ଭାଇ ସଦସ୍ୟ ରହିଛନ୍ତି । ଗୋପାଳନ, ଚାଷ ସମ୍ବନ୍ଧୀୟ ସମସ୍ୟାର ଫୋଟୋ କିମ୍ବା ଲେଖା ପଠାଇଲେ ସେହି ଗ୍ରୁପରେ ଥିବା ପ୍ରାଣୀ ଚିକିତ୍ସକ, କୃଷି ବିଶେଷଜ୍ଞମାନଙ୍କଠାରୁ ସାଙ୍ଗେ ସାଙ୍ଗେ ତାର ଉତ୍ତର ପାଇପାରୁଛନ୍ତି । ଏସବୁ ସୁବିଧା ପାଇପାରିଥିବାରୁ ସୁଧୀର ରିଲାଏନ୍ସକୁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

 

Leave A Reply

Your email address will not be published.