Latest Odisha News

BREAKING NEWS

ରାଜ୍ୟପାଳଙ୍କ କ୍ଷୋଭ; ‘ସ୍କିମ୍‌ ବିଷୟରେ ଅଫିସର ମାନେ ବି ଜାଣୁନାହାନ୍ତି’

ଭୁବନେଶ୍ୱର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଉଦ୍‌ବେଗ ପ୍ରକାଶ କଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଆଜି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ, ଓଡିଶାର ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍‌ ନେଇ ଅବଗତ ଅଛନ୍ତି । ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍‌ ସୁବିଧା ବିଷୟରେ ଜାଣି ନାହାନ୍ତି ।

ଜିଲ୍ଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ଦେଖିଛି ଅଫିସର ମଧ୍ୟ ଏହି ବିଷୟରେ ଜାଣି ନାହାନ୍ତି । ଏପରିକି ଏଲିଟ୍‌ ବର୍ଗର ଲୋକେ ବି ଜାଣି ନାହାନ୍ତି କହି ଉଦ୍‌ବେଗ ପ୍ରକାଶ କରିଥିଲେ ରାଜ୍ୟପାଳ ।

ଏହା ସହ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ । ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନ ପାରିବ ବୋଲି ରାଜ୍ୟପାଳ ପଚାରିଲେ ।

Comments are closed.