Latest Odisha News

BREAKING NEWS

ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ

ଭୁବନେଶ୍ୱର: ଫକିର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ । ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇ ବିସ୍ତୃତ ତଥ୍ୟ ମାଗିଛି । କେଉଁ ସ୍ଥିତିରେ ଏଭଳି ଘଟିଲା, କ’ଣ ପଦକ୍ଷେପ ନିଆଯାଇଛି ତଥ୍ୟ ମାଗିଛି ବୋଲି କହିଲେ ରାଜ୍ୟପାଳ ।

ଘଟଣାକୁ ଗୁରୁତ୍ବର ସହ ନିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଉତ୍ତରଦାୟୀ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍‌ସ ନିର୍ଦ୍ଦେଶକଙ୍କ ସହ କଥା ହୋଇଛି । ଦିଲ୍ଲୀ ଏମ୍ସର ଏକ ସ୍ବତନ୍ତ୍ର ଟିମ୍‌ ମଧ୍ୟ ଚିକିତ୍ସାରେ ସହଯୋଗ କରୁଛି । ଛାତ୍ରୀ ଶୀଘ୍ର ସୁସ୍ଥ ହୁଅନ୍ତୁ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମାନସିକ ସ୍ଥିତି, ଗରିମା ସୁରକ୍ଷିତ ରହିବା ଉଚିତ୍ ବୋଲି ରାଜ୍ୟପାଳ କହିଛନ୍ତି ।

ସେପଟେ, ବାଲେଶ୍ବର ପୀଡ଼ିତାଙ୍କ ଅବସ୍ଥା ଗତକାଲି ଯେମିତି ଥିଲା ଆଜି ବି ସେମିତି ଅଛି । ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଆସିନାହିଁ । ଭେଣ୍ଟିଲେଟରରେ ଅଛନ୍ତି ଛାତ୍ରୀ ଜଣକ । ସମଗ୍ର ଶରୀର ବ୍ୟାଣ୍ଡେଜ୍‌ ରେ ଗୁଡ଼ାଯାଇଛି । ୯୮ ପ୍ରତିଶତ ଅକ୍ସଜେନ୍‌ରେ ଏବେ ବି ପୀଡ଼ିତା ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।

Comments are closed.