Latest Odisha News

BREAKING NEWS

ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଆଗକୁ ଆସିଲେ ରାଜ୍ୟପାଳ; ୧୦୦ ରୋଗୀଙ୍କୁ ପୋଷ୍ୟ ଭାବେ କରିବେ ଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ ଲାଗି ରାଜ୍ୟପାଳଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ୧୦୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଏନେଇ ରାଜଭବନ ପକ୍ଷରୁ ଆଗତ ପ୍ରସ୍ତାବକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମତି ପ୍ରଦାନ କରିଛି ।

ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ବଥୀ ଏସ୍‌ ରାଜ୍ୟପାଳଙ୍କ ଶାସନ ସଚିବ ରୂପା ରୋଶନ ସାହୁଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ରାଜ୍ୟପାଳଙ୍କ ଆଗ୍ରହ ଅତ୍ୟନ୍ତ ସ୍ବାଗତଯୋଗ୍ୟ ।

ଯକ୍ଷ୍ମା ରୋଗୀମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ୍‌ ବଣ୍ଟନ କରାଯିବ । ଖୋର୍ଦ୍ଧା ଜିଲ୍ଲାର ୧୦୦ ରୋଗୀଙ୍କୁ ଚିକିତ୍ସା ସମୟରେ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇ ପାରିବ ।

ଏନେଇ ଖୋର୍ଦ୍ଧା ଜିଲାପାଳଙ୍କ ଆକାଉଣ୍ଟରେ ୪ ଲକ୍ଷ ୨୦ ହଜାର ଟଙ୍କା ଜମା କରାଯିବ ବୋଲି ସୂଚନା ରହିଛି । ଏହା ପରେ ଖାଦ୍ୟ ବଣ୍ଟନ ପାଇଁ ଏକ ସମୟ ଧାର୍ଯ୍ୟ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ଜଣାଇଛନ୍ତି ।

Comments are closed.