Latest Odisha News

BREAKING NEWS

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା

ମୁମ୍ବାଇ: ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା। ବଲିଉଡ ଅଭିନେତା ଗୋବିନ୍ଦା ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରି କପବୋର୍ଡରେ ରଖୁଥିବା ବେଳେ ତଳେ ପଡି ଆକସ୍ମିକ ଗୁଳି ଫୁଟି ଥିଲା। ଗୁଳି ଗୋବିନ୍ଦାଙ୍କ ଆଂଠୁରେ ଲାଗିଥିଲା। ଏହି ଦୁର୍ଘଟଣା ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ ଗୋବିନ୍ଦା ଭଲ ଅଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେ ହସ୍ପିଟାଲରୁ ବାହାରିବା ମାତ୍ରେ ଅଭିନେତା ସମସ୍ତଙ୍କୁ ହାତ ଦେଇ ଧନ୍ୟବାଦ ଜଣାଇବା ସହ ଆଶୀର୍ବାଦ ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଗୋବିନ୍ଦାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବାର ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଗୋବିନ୍ଦଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗୋବିନ୍ଦା କାରରେ ବସି ନିଜ ଘରକୁ ଯାଉଛନ୍ତି।

ସୋସିଆଲ ମିଡିଆରେ ଆସିଥିବା ଭିଡିଓରେ ଗୋବିନ୍ଦା ଏକ ହ୍ଵିଲ୍‌ ଚେୟାରରେ ବସିଥିବାର ସ୍ପଷ୍ଟ ଦେଖାଯାଉଛି। ଅଭିନେତାଙ୍କ ପତ୍ନୀ ଏବଂ ଝିଅ ଟିନା ତାଙ୍କ ସହ ନଜର ଆସିଛନ୍ତି। ସେ ହସ୍ପିଟାଲରୁ ବାହାରିବା ମାତ୍ରେ ଗୋବିନ୍ଦା ସମସ୍ତଙ୍କ ସାମ୍ନାରେ ହାତ ଯୋଡି ଧନ୍ୟବାଦ ଜଣାଇଥିଲେ। ସୂଚନା ଥାଉକି ଗୋବିନ୍ଦା କୋଲକାତା ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭୋର୍ ୪ଟା ୪୫ ମିନିଟରେ ଘଟିଥିଲା ଏହି ଘଟଣା। ଗୁଳି ଲାଗିବା ପରେ ୬୦ ବର୍ଷିୟ ଗୋବିନ୍ଦା କୋଲକାତାରେ ଥିବା ପତ୍ନୀ ସୁନୀତା ଓ ମ୍ୟାନେଜରଙ୍କୁ ଫୋନ୍ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।

Comments are closed.