Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧୪ହଜାର ପଜିଟିଭ୍, ମହାମାରୀ ନେଲା ଆଉ ୧୬୩ଜୀବନ

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୫୪୫ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୬ଲକ୍ଷ ୨୫ ହଜାର ୪୨୮କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୬୩ ଆକ୍ରାନ୍ତଙ୍କ ଜୀବନ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୩ ହଜାର ୩୨ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୪% ।
ଦେଶରେ ସୁସ୍ଥହାର କ୍ରମାଗତ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୧୮ ହଜାର କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ସଂଖ୍ୟା ୧କୋଟି ୨ଲକ୍ଷ ୮୩ହଜାର ୭୦୮କୁ ବୃଦ୍ଧି ପାଇଛି । ସୁସ୍ଥହାର ରହିଛି ୯୬.୭୮%। ଏବେ ଦେଶରେ ୧ଲକ୍ଷ ୮୮ହଜାର ୬୮୮ଟି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୦ଲକ୍ଷ ୪୩ହଜାର ୫୩୪ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ।

Leave A Reply

Your email address will not be published.