Latest Odisha News

BREAKING NEWS

ରାଜନୈତିକ ସଭା ପାଇଁ ଆସିଲା ନିୟମାବଳୀ

ଭୁବନେଶ୍ୱର: ଆଗାମୀ ଦୁଇ ବିଧାନସଭା  ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ପାଇଁ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି।

ସଂଶୋଧିତ ନିୟମାବଳୀ ଅନୁଯାୟୀ, ନିମ୍ନଲିଖିତ ସର୍ତ୍ତରେ ଦୁଇଟି ନିର୍ବାଚନମଣ୍ଡଳୀରେ ରାଜନୈତିକ ବୈଠକ, କାର୍ଯ୍ୟ ଏବଂ ସମାବେଶକୁ ଅନୁମତି ଦିଆଯିବ:

  • ବନ୍ଦ ସ୍ଥାନରେ, ହଲ୍ କ୍ଷମତାର ୫୦% ସହିତ ସର୍ବାଧିକ ୨୦୦ଜଣଙ୍କୁ ସଭାରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ ।
  • ମାସ୍କ ପିନ୍ଧିବା ଏବଂ ଅଂଶଗ୍ରହଣକାରୀଙ୍କ ଦ୍ୱାରା ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ ।
  • ଥର୍ମାଲ୍ ସ୍କାନିଂ ଏବଂ ହ୍ୟାଣ୍ଡ ସାନିଟାଇଜର ପାଇଁ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ ।
  • ଖୋଲା ସ୍ଥାନରେ, ଜମିର ଆକାରକୁ ଦୃଷ୍ଟିରେ ରଖି ସମାବେଶ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବ ।

ବନ୍ଦ ସ୍ଥାନ ପାଇଁ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ଏଠାରେ ପ୍ରଯୁଜ୍ୟ ହେବ ।

ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜନୈତିକ ବୈଠକ ଆୟୋଜନ ପାଇଁ ସର୍ତ୍ତଗୁଡିକର କଡାକଡି ପାଳନକୁ ନିଶ୍ଚିତ କରିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ରହିଛି ।

ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ବରରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଅଛି ।

Leave A Reply

Your email address will not be published.