Latest Odisha News

BREAKING NEWS

ରାଜସ୍ଥାନକୁ କ୍ରିକେଟର ଏବିସିଡି ଶିଖାଇଲେ ଡି’ଭିଲର୍ସ

ଦୁବାଇ: ପୁନର୍ବାର ଏବି ଡି’ଭିଲର୍ସ ପ୍ରମାଣିତ କରିଛନ୍ତି କାହିଁକି ତାଙ୍କୁ କ୍ରିକେଟର ଏବିସିଡି କୁହାଯାଏ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଡିଭିଲର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି । ରାଜସ୍ଥାନ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ ବାଙ୍ଗାଲୋର ୧୯.୪ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା । ଡିଭିଲର୍ସ ୨୨ ବଲରେ ୧ ଚୌକା ଓ ୬ଛକା ସହାୟତାରେ ୫୫ ରନ କରି ନଟଆଉଟ ରହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୪୩ ଓ ଦେବଦତ ପାଡିକଲ ୩୫ ରନ କରିଥିଲେ । ଶ୍ରେୟାଶ ଗୋପାଳ, କାର୍ତିକ ତ୍ୟାଗି ଓ ରାହୁଲ ତେୱାଟିଆ ରାଜସ୍ଥାନ ପକ୍ଷରୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୭ ରନ କରିଥିଲା ।

Leave A Reply

Your email address will not be published.