Latest Odisha News

BREAKING NEWS

୨୪ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଗୋଟିଏ ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲା: ଜେସିଣ୍ଡା ଆଡର୍ଣ୍ଣ ପୁନର୍ବାର ପ୍ରଧାନମନ୍ତ୍ରୀ !

ୱେଲିଂଟନ: ୨୪ ବର୍ଷ ପରେ ନ୍ୟୁଜିଲାଣ୍ଡ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଗୋଟିଏ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଲେବର ପାର୍ଟି ଏହି ସଫଳତା ହାସଲ କରିଛି । ଫଳରେ ଜେସିକା ଆଡର୍ଣ୍ଣ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି । ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ଲେବର ପାର୍ଟିକୁ ୪୮.୯ ପ୍ରତିଶତ ଭୋଟ ଓ ୬୪ ସିଟ ମିଳିଛି ।

ଜ୍ୟୁଡିଥ କଲିନ୍ସଙ୍କ ନ୍ୟାଶନାଲ ପାର୍ଟି ୩୫ ଓ ଏସିଟି ନ୍ୟୁଜିଲାଣ୍ଡ ପାର୍ଟି ୧୦ ସିଟ ହାସଲ କରିଛି । କରୋନା ସଂକ୍ରମଣ ସମୟରେ ଜେସିଣ୍ଡାଙ୍କ ଯୋଜନା ବେଶ୍ ଲୋକପ୍ରିୟ ହୋଇଥିଲା । ଯାହା କି ତାଙ୍କ ଦଳକୁ ନିର୍ବାଚନରେ ବିଜୟୀ କରାଇବାରେ ସହାୟ ହୋଇଥିଲା । ଅଫିସିଆଲ ଫଳାଫଳ ପରେ ଘୋଷଣା କରାଯିବ । ଏ ଭଳି ଫଳାଫଳ ନେଇ ମୁଁ ଆଶାୟୀ ନ ଥିଲେ ବୋଲି ଜେସିଣ୍ଡା କହିଛନ୍ତି ।

Leave A Reply

Your email address will not be published.