Latest Odisha News

BREAKING NEWS

ଚାଷୀଙ୍କ ଧାନ ବିକ୍ରି ଲାଗି ରାଜ୍ୟର ୧୯ଟି ଜିଲ୍ଲାର ଧାନମଣ୍ଡି ଖୋଲା ରହିବ

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ କହିଛନ୍ତି, ୧୯ଟି ଜିଲ୍ଲାରେ ଧାନମଣ୍ଡିରେ ଚାଷୀମାନଙ୍କର ଧାନ ବିକ୍ରି ପ୍ରକ୍ରିୟା ଜାରି ରହିବ । ପୂର୍ବରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଏହି ବିକ୍ରି ପ୍ରକ୍ରିୟା ହେବାର ନିଷ୍ପତ୍ତି ହୋଇଥିଲା । ତେବେ ଏନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ଯୋଗୁଁ ସରକାର ବିକ୍ରି ପ୍ରକିୟାର ଅବଧି ବୃଦ୍ଧି କରିଛନ୍ତି ।

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଶାସନ ସଚିବ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ଏକ ଚିଠି ମାଧ୍ୟମରେ ଧାନମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ତଥା ଧାନମଣ୍ଡିରେ ଅଯଥା ବିଳମ୍ବକୁ ପ୍ରଶୟ ନଦେବାକୁ ଅବଗତ କରାଯାଇଛି ।

ଏସମ୍ପର୍କରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଶାସନ ସଚିବ ଯେଉଁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି, ସେହି ଜିଲ୍ଲା ଗୁଡ଼ିକ ହେଲା – ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ।

ଚାଷୀମାନେ ଯେପର୍ଯ୍ୟନ୍ତ ନିଜର ଧାନ ମଣ୍ଡି ମାଧ୍ୟମରେ ତାଙ୍କର ଧାନ ଶଷ୍ୟ ବିକ୍ରି କରିବାକୁ ଚାହିଁବେ ସେତେ ପର୍ଯ୍ୟନ୍ତ ସେମାନଙ୍କର ଧାନ ବିକ୍ରି କରିପାରିବେ ।

ଏଥିଲାଗି ସମସ୍ତ ପ୍ରାଥମିକ କୃଷି କୋଅପରେଟିଭ ସୋସାଇଟି (ପ୍ୟାକ୍ସ) ପଦାଧିକାରୀ ଚାଷୀମାନଙ୍କୁ ଠିକ୍ ସମୟରେ ଟୋକନ୍ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ମଣ୍ଡି ମାଧ୍ୟମରେ ଚାଷୀଙ୍କ ଧାନ କିଣା ନହୋଇ ମିଲରଙ୍କ ଦ୍ୱାରା ଧାନ କିଣା ହେବାର ଦୃଷ୍ଟିକୁ ଆସଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.