Latest Odisha News

ବଢୁଛି ସାଇବର କ୍ରାଇମ ଓ ଆର୍ଥିକ ଜାଲିଆତି: ୧.୩୨ ଲକ୍ଷ ଫୋନ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବଢୁଛି ସାଇବର ଅପରାଧ ଓ ଆର୍ଥିକ ଜାଲିଆତି । ଏହାକୁ ରୋକିବା ପାଇଁ ସରକାର ବ୍ଲକ କରିଛନ୍ତି ୧ ଲକ୍ଷ ୩୨ ହଜାର ଫୋନ । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଜାଲ କାଗଜପତ୍ର ଦେଇ ଦେଶରେ ପ୍ରାୟ ୫୫ ଲକ୍ଷ ଫୋନ କନେକ୍ସନ ଦିଆଯାଇଛି। ବର୍ତ୍ତମାନ ସେଗୁଡିକୁ ଚିହ୍ନଟ କରାଯାଇ ବ୍ଲକ କରାଯାଇଛି।

ସାଇବର ଅପରାଧୀଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ପ୍ରାୟ ୪ ଲକ୍ଷ ଲୋକଙ୍କ ୧୦୦୦ କୋଟି ଟଙ୍କା ଜବତ କରାଯାଇଛି । ସାଇବରକ୍ରାଇମ ଓ ଆର୍ଥିକ ଜାଲିଆତି ଅଭିଯୋଗରେ ୨ ଲକ୍ଷ ୭୮ ହଜାର ଫୋନର କନେକସନ ରଦ୍ଦ କରାଯାଇଛି। ମୋବାଇଲ ଜରିଆରେ ଜାଲିଆତି ରୋକିବା ଲାଗି ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ଜାଲିଆତି ଉପାୟରେ ହାସଲ କରାଯାଇଥିବା ମୋବାଇଲ କନେକସନକୁ ଚିହ୍ନଟ କରିବା ଲାଗି ସରକାର ଏକ ସିଷ୍ଟମ ବାହାର କରିଛନ୍ତି । ମୋବାଇଲ ଉପଭୋକ୍ତାମାନେ କୌଣସି ଆନ୍ତର୍ଜାତିକ କଲ ପାଇବା ପରେ ସେମାନେ ଏସଂକ୍ରାନ୍ତରେ ରିପୋର୍ଟ କରିବା ଲାଗି ପରାମର୍ଶ ଦେଇଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ ସାଇବରକ୍ରାଇମ ହ୍ରାସ ପାଇଛି ବୋଲି ସେ କହିଛନ୍ତି । ସେହିପରି ବେଆଇନ କନେକ୍ସନ ସମ୍ବଳିତ ୨ ଲକ୍ଷ ୨୦ ହଜାର ହ୍ବାଟସଆପ୍ ଆକାଉଣ୍ଟକୁ ବାତିଲ କରାଯାଇଛି । ୧୬୨ଟି ବେଆଇନ ଟେଲିକମ ସେଟଅପ ମଧ୍ୟ ନିଷ୍କ୍ରିୟ କରାଯାଇଛି ।

Comments are closed.