Latest Odisha News

ଟିକାକରଣ ପରେ ଦେଶରେ ପ୍ରଥମ ମୃତ୍ୟୁ ମାମଲାକୁ ନିଶ୍ଚିତ କଲେ ସରକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୁଦ୍ଧରେ ଟିକାକରଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ହୋଇଥିବା ସ୍ୱୀକାର କରିଛନ୍ତି ସରକାର। କରୋନା ଟିକା ନେବା ପରେ ଆନାଫାଇଲକ୍ସିସ୍ କାରଣରୁ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଏ ନେଇ ଏଇଏଫ୍‌ଆଇ କମିଟିର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ ମାର୍ଚ୍ଚ ୮, ୨୦୨୧ ରେ ୬୮ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଆନାଫାଇଲାକ୍ସିସ୍ କାରଣରୁ ମୃତ୍ୟୁବରଣ କରିଥିଲେ।

ଜାତୀୟ AEFI କମିଟିର ଅଧ୍ୟକ୍ଷ ଡ. ଏନ.କେ ଅରୋରା କହିଛନ୍ତି, ” ଏହା ଟିକା ନେବା ପରେ ପ୍ରଥମ ମୃତ୍ୟୁ। ଟୀକାକରଣ ପରେ ଆନାଫିଲାକ୍ସିସରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।”

Comments are closed.