Latest Odisha News

BREAKING NEWS

ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ। ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି।

ତେବେ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଭାସ ତ୍ରିପାଠୀ, ପ୍ରଫେସର ଅର୍ଚ୍ଚନା ମିଶ୍ର, ପ୍ରଫେସର ମନସ୍ୱିନୀ ମଙ୍ଗରାଜ, ପ୍ରଫେସର ନିରଞ୍ଜନ ରାଉତ, ଡାକ୍ତର ଭାରତ ପଟେଲ, ଡାକ୍ତର ପ୍ରଦୀପ କୁମାର ନାୟକ, ଡାକ୍ତର ବିଶ୍ୱରଞ୍ଜନ ପାଢ଼ୀ, ପ୍ରଫେସର ଦୁର୍ଗା ଶତପଥୀ, ପ୍ରଫେସର ପ୍ରଦୀପ୍ତ ପରିଡ଼ା, ପ୍ରଫେସର ପ୍ରସନ୍ନ କୁମାର ରାଠୋର, ଡାକ୍ତର ଲକ୍ଷ୍ମଣ ବାଗ, ପ୍ରଫେସର ରୀତାଞ୍ଜଳି ବେହେରା, ପ୍ରଫେସର ବିଷ୍ନୁ ପାତ୍ର, ପ୍ରଫେସର ଭାଗିରଥୀ ଦ୍ୱିବେଦୀ, ଡାକ୍ତର ବିଶ୍ୱନାଥ ବେହେରା, ପ୍ରଫେସର ମିହିର ରଞ୍ଜନ ନାୟକ, ପ୍ରଫେସର ରଞ୍ଜିତା ମହାପାତ୍ର,ଡାକ୍ତର ସୁଦୀପ୍ତ ନାୟକ, ଡାକ୍ତର ରାଜଶ୍ରୀ ରାଉତ,ଡଃ ପ୍ରେମାନନ୍ଦ ମହାପାତ୍ର ରହିଛନ୍ତି।

ଅପରପକ୍ଷେ ୧୫ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.