Latest Odisha News

BREAKING NEWS

ବଢ଼ିଲା ତୈଳ ଦର, ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ସରକାର ତୈଳ ଦର ବଢ଼ାଇବା ନେଇ ପ୍ରଶ୍ନ ଉଠାଇଛି ବିରୋଧୀ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ୟାକେଜ ଘୋଷଣା କରି ଦିନ ଦି ପହରରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି । ତାର ଉଦହାରଣ ସ୍ୱରୂପ ହେଉଛି ତୈଳଦର ବୃଦ୍ଧି ।

ପେଟ୍ରୋଲରେ କେନ୍ଦ୍ରର ଭାଗ ୩୩ ଓ ରାଜ୍ୟ ର ୧୭ ଟଙ୍କା । ଡିଜେଲ ରେ କେନ୍ଦ୍ରର ୩୨ ଓ ରାଜ୍ୟ ୧୪ ଟଙ୍କା ପାଉଛି । ତୈଳ ଦର ବୃଦ୍ଧି ହେବା ଦ୍ୱାରା ଗ୍ରାହକ ଆହୁରି ହଇରାଣ ହେବେ। ଲୋକଙ୍କ ପାଖରେ ଟଙ୍କା ପଇସା ନାହିଁ । କେନ୍ଦ୍ର ଓ ରାଜ୍ୟ ଲୋକଙ୍କୁ ସାହାର‌୍ୟ୍ୟ କରୁଛନ୍ତି ନା ଆର୍ଥିକ ଦଣ୍ଡ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେପଟେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତ, ରାଜ୍ୟସରକାର ଏନେଇ ପୁର୍ନବିଚାର କରନ୍ତୁ । ବର୍ତ୍ତମାନ ତୈଲ ଦର ବୃଦ୍ଧି କରିବାର ସଠିକ ସମୟ ନୁହେଁ । ପରେ ବଢ଼ାଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି ।

ଅନ୍ୟପଟେ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କହିଛନ୍ତି, ଆବଶ୍ୟକତା ଦୃଷ୍ଟିରୁ ତୈଳ ଦର ବୃଦ୍ଧି କରାଯାଇଛି । ଯାହା କରାଯାଇଛି ତାହା ଠିକ୍ କରାଯାଇଛି ବୋଲି ସେ କହିଛନ୍ତି । ସେପଟେ ପେଟ୍ରୋଲିଅମ ଡିଲର ସଂଘ ସମ୍ପାଦକ ସଂଜୟ ଲାଠ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦରରେ ଭାଟ ବୃଦ୍ଧିର ହେବା ଦ୍ୱାରା ଏହାର ବିଶେଷ ପ୍ରଭାବ ପଡିବ ନାହିଁ ।

Leave A Reply

Your email address will not be published.